Latest Odisha News

ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି 

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ବୁଧବାର ଦିନ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମାର୍ଚ୍ଚ ମାସ ପୂର୍ବରୁ ଜ୍ୱର ଏବଂ ସଂକ୍ରମଣ ପାଇଁ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ଡାକ୍ତରମାନେ ତାଙ୍କ ଠାରେ ଏକ ସିଷ୍ଟମିକ୍ ସଂକ୍ରମଣ ଚିହ୍ନଟ କରିଥିଲେ। ଯଦିଓ ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ରହିଥିଲା।

ହସ୍ପିଟାଲରୁ ଜାରି ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୦:୨୨ ରେ ସୋନିଆ ଗାନ୍ଧୀଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡ଼ିଛି। ଡାକ୍ତରମାନେ ପେଟ ଏବଂ ମୂତ୍ର ନଳୀରେ ସମ୍ଭାବ୍ୟ ସଂକ୍ରମଣର ଚେକ୍ ଅପ୍ କରୁଛନ୍ତି। ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହେବା ଫଳରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହସ୍ପିଟାଲରେ ମାଙ୍କୁ ଭେଟିଥିଲେ। ମାଆଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନଜରରେ ରଖି ରାହୁଲ ଗାନ୍ଧୀ କେରଳ ଗସ୍ତ ବାତିଲ କରିଥିଲେ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋଝିକୋଡରେ ଏକ ରାଲିକୁ ଭର୍ଚୁଆଲ୍ ଭାବରେ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ ସେ ବ୍ୟକ୍ତିଗତ ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀରେ ରହିବାକୁ ପଡିଲା। ଭାବପ୍ରବଣ ରାହୁଲ ଗାନ୍ଧୀ କହିଥିଲେ, “ଗତକାଲି ମୋ ମାଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଅ ଭାବରେ ମୁଁ ବହୁତ ଚିନ୍ତିତ ଥିଲି, ତେଣୁ ମୁଁ ତାଙ୍କ ସହିତ ରହିବାକୁ ନିଷ୍ପତ୍ତି ନେଇଥିଲି।”

ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କୁ ବିଶ୍ୱାସ ଅଛି ଯେ କେରଳର ଲୋକମାନେ ତାଙ୍କ ପରିସ୍ଥିତି ବୁଝିବେ ବୋଲି ବିଶ୍ୱାସ ଅଛି ଏବଂ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବେ। ସେହିପରି ଭାଷଣ ଦେଇ ରାହୁଲ ଗାନ୍ଧୀ ରାଲିରେ ଉପସ୍ଥିତ ଲୋକଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ ଏବଂ କହିଥିଲେ ଯେ ସେ ଖୁବ୍ ଶୀଘ୍ର କର୍ମୀ ଓ ଜନସାଧାରଣଙ୍କୁ ଭେଟିବା ପାଇଁ କେରଳ ଯିବେ।

Leave A Reply

Your email address will not be published.