Latest Odisha News

BREAKING NEWS

ପାକିସ୍ତାନରେ ହାହାକାର

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସାରା ବିଶ୍ୱ ଅଶାନ୍ତ। କିନ୍ତୁ ଏହି ଯୁଦ୍ଧର ସବୁଠାରୁ ଭୟଙ୍କର ପ୍ରଭାବ ଦେଖିବାକୁ ମିଳୁଛି ପାକିସ୍ତାନରେ। ଆକାଶଛୁଆଁ ମହଙ୍ଗା ମାଡ଼ରେ ପାକିସ୍ତାନବାସୀ ହନ୍ତସନ୍ତ ହେଉଥିବା ବେଳେ, ଏବେ ନିଜ ଦେଶର ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ପାକିସ୍ତାନୀ ନେତା ମୌଲାନା ଫଜଲ-ଉର-ରହମାନ (फजल-उर-रहमान)।

ଇରାନ ଓ ଆମେରିକା ବିବାଦ କାରଣରୁ ହୋର୍ମୁଜ ଷ୍ଟ୍ରେଟ୍ ବନ୍ଦ ହୋଇଯାଇଛି। ଫଳରେ ତେଲ ଓ ଗ୍ୟାସ ବୋଝେଇ ଜାହାଜ ଗୁଡ଼ିକ ଅଟକି ରହିଛି। ଏହାର ସିଧାସଳଖ ପ୍ରଭାବ ପାକିସ୍ତାନର ଅର୍ଥନୀତି ଉପରେ ପଡ଼ିଛି। କିନ୍ତୁ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠାଇଛନ୍ତି ମୌଲାନା ଫଜଲ-ଉର-ରହମାନ।
ଶେହବାଜ ସରକାରଙ୍କୁ ଟାର୍ଗେଟ୍ କରି ମୌଲାନା କହିଛନ୍ତି, ଯଦି ଭାରତର ଜାହାଜ ମଧ୍ୟ ସେଠାରେ ଅଟକିଛି, ତେବେ ସେଠାରେ ଦର କାହିଁକି ବଢୁନାହିଁ ? ଇରାନ ଓ ଆଫଗାନିସ୍ତାନରେ ମଧ୍ୟ ସ୍ଥିତି ସ୍ୱାଭାବିକ, ତେବେ କେବଳ ପାକିସ୍ତାନରେ କାହିଁକି ନିଆଁ ଲାଗିଛି ?

ପାକିସ୍ତାନର ଅର୍ଥନୀତି ବିଶେଷଜ୍ଞମାନେ କୁଆଡ଼େ ଗଲେ ? କାହିଁକି ଦେଶର ଅର୍ଥନୀତିକୁ ପରିଚାଳନା କରାଯାଇ ପାରୁନାହିଁ ? ଯଦି ସଂସଦ ଜନତାଙ୍କର, ତେବେ ସରକାର ‘ଇନ୍-କ୍ୟାମେରା ସେସନ୍’ ଡାକି ଆଲୋଚନା କାହିଁକି କରୁନାହାଁନ୍ତି ବୋଲି ଦାବି କରିଛନ୍ତି ମୌଲାନା ?

ଗୋଟିଏ ପଟେ ଭାରତ ନିଜର ବଳିଷ୍ଠ ଅର୍ଥନୀତି ବଳରେ ବିଶ୍ୱ ସଙ୍କଟର ମୁକାବିଲା କରୁଥିବା ବେଳେ, ପାକିସ୍ତାନ ଏବେ ଦେବାଳିଆ ସ୍ଥିତିରେ। ମୌଲାନାଙ୍କ ଏହି ପ୍ରଶ୍ନ ଏବେ ପାକିସ୍ତାନୀ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ସତରେ କଣ ଶେହବାଜ ସରକାରଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ?

Comments are closed.