Latest Odisha News

BREAKING NEWS

ଓଡ଼ିଶାରେ ୫ଟି ଗ୍ରୀନ୍ ଏନର୍ଜି ସ୍କିଲ ସେଣ୍ଟର ପ୍ରତିଷ୍ଠା କଲା ଟାଟା 

କଟକ, ଢେଙ୍କାନାଳ, ବାଲେଶ୍ୱର, ସମ୍ବଲପୁର ଏବଂ ବ୍ରହ୍ମପୁରରେ ଏହି କେନ୍ଦ୍ର

ଭୁବନେଶ୍ୱର: ଟାଟା ପାୱାର୍ କମ୍ପାନୀର ଦକ୍ଷତା ବିକାଶ ଶାଖା ଟାଟା ପାୱାର୍ ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ (ଟିପିଏସଡିଆଇ), ଆର୍ଥିକ ବର୍ଷ ୨୦୨୬ ମଧ୍ୟରେ ଓଡ଼ିଶାର କଟକ, ଢେଙ୍କାନାଳ, ବାଲେଶ୍ୱର, ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ୫ଟି ଗ୍ରୀନ୍ ଏନର୍ଜି ସ୍କିଲ୍ସ ସେଣ୍ଟର ପ୍ରତିଷ୍ଠା କରିଛି।

ରାଜ୍ୟର ବିକାଶମୁଖୀ ଶକ୍ତି ବ୍ୟବସ୍ଥା ପାଇଁ ବୈଷୟିକ ଦକ୍ଷତା ଭିତ୍ତିଭୂମିକୁ ମଜବୁତ କରିବା ଏବଂ ଭବିଷ୍ୟତ ପାଇଁ ଏକ ଦକ୍ଷ ୱାର୍କଫୋର୍ସ ଗଠନ କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ଅଟେ । ଏହି ପଦକ୍ଷେପଟି ଓଡ଼ିଶାର ବଢୁଥିବା ବିଦ୍ୟୁତ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ କୁଶଳୀ ବୈଷୟିକ କର୍ମଚାରୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ବିଶେଷ କରି ଜାତୀୟ ଏବଂ ରାଜ୍ୟ ସ୍ତରର ସ୍ୱଚ୍ଛ ଶକ୍ତି ଯୋଜନା, ଯେପରିକି – ପିଏମ୍ ସୂର୍ଯ୍ୟ ଘର: ମୁଫ୍‌‌ତ ବିଜିଲି ଯୋଜନା ଏବଂ ୟୁଏଲ୍‌ଏ କାର୍ଯ୍ୟକ୍ରମ ଅଧୀନରେ ରୁଫଟପ୍ ସୋଲାର ପ୍ୟାନେଲ୍ ଲଗାଇବା ପ୍ରକ୍ରିୟା ଦ୍ରୁତ ଗତିରେ ବଢୁଥିବାରୁ ଏହି ତାଲିମପ୍ରାପ୍ତ କର୍ମଚାରୀମାନେ ବିଶେଷ ସହାୟକ ହେବେ ।

ସ୍ଥାନୀୟ ଯୁବକଯୁବତୀ ଓ ବୈଷୟିକ କର୍ମଚାରୀମାନଙ୍କୁ କାମ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବା ସହ ସେମାନଙ୍କର ନିଯୁକ୍ତି ସୁଯୋଗ ବଢ଼ାଇବା ଏହି କେନ୍ଦ୍ରଗୁଡ଼ିକର ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ଏଠାରେ ଇଲେକ୍ଟ୍ରିକାଲ୍ ସିଷ୍ଟମ୍‌, ରୁଫ୍‌‌ଟପ୍ ସୋଲାର୍ ସ୍ଥାପନ, ପରିଚାଳନା ଓ ରକ୍ଷଣାବେକ୍ଷଣ, ବିଦ୍ୟୁତ ସୁରକ୍ଷା ଏବଂ ଗ୍ରାହକ ସେବା ଭଳି ବିଷୟଗୁଡ଼ିକ ଉପରେ ସୁସଂଗଠିତ ତଥା ବାସ୍ତବିକ ପ୍ରାକ୍ଟିକାଲ୍ ତାଲିମ ପ୍ରଦାନ କରାଯାଉଛି।

ଟିପିଏସଡିଆଇ ହେଉଛି ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଦ୍ୱାରା ଅନୁମୋଦିତ ଏକ ପ୍ରଶିକ୍ଷଣ ସହଯୋଗୀ ଏବଂ ଏନସିଭିଇଟି ଦ୍ୱାରା ସ୍ୱୀକୃତିପ୍ରାପ୍ତ।

 

Leave A Reply

Your email address will not be published.