Latest Odisha News

BREAKING NEWS

ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ:୧୧ ଦିନରେ ୪୪୪ ୱାରେଣ୍ଟି ଗିରଫ

ଗଞ୍ଜାମ:ଗଞ୍ଜାମ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍ । ବନ୍ଧାହେଲେ ୧୧ ଦିନରେ ମୋଟ ୪୪୪ ଜଣ ୱାରେଣ୍ଟି । ଏହି ବ୍ୟକ୍ତିମାନେ ଅପରାଧ କରି ଦୀର୍ଘ ଦିନ ହେଲା ଫେରାର ରହିଥିଲେ ।ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରାଧି ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳାକୁ ସୁଦୃଢ କରିବା ପାଇଁ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଅଭିଯାନ ଆରମ୍ଭ ହୋଇଛି ।

ପୋଲସରା ଥାନା ପକ୍ଷରୁ ସର୍ବାଧିକ ୪୪, ଖଲ୍ଲିକୋଟରୁ ୩୩, ପୁରୁଷୋତ୍ତମପୁରରୁ ୩୦, ତାରସିଂରୁ ୨୯, ଗାଙ୍ଗପୁରରୁ ୨୬, ଛତ୍ରପୁରରୁ ୨୫, ହିଞ୍ଜିଳି ଥାନା ପକ୍ଷରୁ ୨୫ ଜଣ ୱାରେଣ୍ଟିକୁ ଗିରଫ କରାଯାଇଛି । ଛତ୍ରପୁର ଉପଖଣ୍ଡ ସ୍ତରରେ ୮୯, ପୁରୁଷୋତ୍ତମପୁର ଉପଖଣ୍ଡ ସ୍ତରରେ ୧୧୧, ଆସିକା ଉପଖଣ୍ଡ ସ୍ତରରେ ୧୦୯ ଓ ଭଞ୍ଜନଗର ଉପଖଣ୍ଡ ସ୍ତରରେ ୧୩୫ ଜଣକୁ ଗିରଫ କରାଯାଇଛି ।

ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ଚଢାଉ ଜାରି ରହିଛି । ଆଗମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବା ସହ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.