ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ଖେଳାଳି ବିରାଟ କୋହଲି ଆଇପିଏଲ ଇତିହାସର ସବୁଠାରୁ ଅଧିକ ଆୟ କରିଥିବା ଖେଳାଳି ହୋଇଛନ୍ତି । ତାଙ୍କ ଆୟ ବର୍ତମାନ ସୁଦ୍ଧା ୨୩୦ କୋଟି ପାର କରି ସାରିଛି । ଆଇପିଏଲ ୨୦୦୮ରେ ସେ ଏହି ଲିଗରେ ପ୍ରଥମ ଥର ପାଇଁ ଖେଳିଥିଲେ । ସେ ଏବେ ୧୯ତମ ସିଜନରେ ମଧ୍ୟ ଗୋଟିଏ ଟିମ ପକ୍ଷରୁ ଖେଳୁଛନ୍ତି । ଫ୍ୟାନେଟିକ ସ୍ପୋର୍ଟ୍ସ ଓ ହୁରୁନ ଇଣ୍ଡିଆ ପକ୍ଷରୁ ଜାରୀ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ୫୩ ଦେଶର ୫୦୪ ସହରର ୧୩୨୩ ଏଲିଟ ଆଥଲେଟଙ୍କୁ ନେଇ ଏହି ଷ୍ଟଡି କରାଯାଇଥିଲା ।
କୋହଲି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହିତ ୨୭୨.୨ କୋଟି ସହ ଦ୍ୱିତୀୟ ଏବଂ ଧୋନୀ(୨୦୦) ତୃତୀୟ ସ୍ଥାନରେ ରହିଛନ୍ତି । ମହିଳା କ୍ରିକେଟରେ ସ୍ମୃତି ମାନ୍ଧନା ୧୩.୭ କୋଟି ଆୟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଶାହାରୁଖ ଖାଁ ଓ ଜୁହି ଚାୱାଲାଙ୍କ କେକେଆର ଟିମ ସବୁଠାରୁ ଦାମୀ ଫ୍ରାଂଚାଇଜ ହୋଇଛି । ଏହାର ବ୍ରାଣ୍ଡ ଭାଲ୍ୟୁ ୧୯.୨୦୦ କୋଟିରେ ପଂହଚିଛି । କେକେଆର ପଛକୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ରହିଛନ୍ତି । ଏହି ଦୁଇ ଟିମର ଭାଲ୍ୟୁଏଶନ ୧୮୪୦୦ କୋଟି ପାଖାପାଖି ରହିଛି । ଆଇପିଏଲର ଓଭରାଲ ଭାଲ୍ୟୁ ଏବେ ୧.୬୩ ଲକ୍ଷ କୋଟି ଟଙ୍କାରେ ପଂହଚିଛି ।