Latest Odisha News

BREAKING NEWS

କ୍ୟାରିୟରରେ ରେକର୍ଡ ଷଷ୍ଠ ବିଶ୍ୱକପ ଖେଳିବେ ରୋନାଲ୍ଡୋ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ ପାଇଁ ପର୍ତୁଗାଲ ଦଳର ଘୋଷଣା କରାଯାଇଛି । ଦଳର ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ବିଶ୍ୱର ପ୍ରଥମ ଖେଳାଳି ଭାବେ ଷଷ୍ଠ ବିଶ୍ୱକପ ଖେଳିବେ । ପର୍ତୁଗାଲ ଗ୍ରୁପ କେରେ ସ୍ଥାନ ପାଇଛି । ଏହି ଗ୍ରୁପରେ ଡିଆର କଙ୍ଗୋ, କଲମ୍ବିଆ ଓ ଉଜବେକିସ୍ତାନ ରହିଛନ୍ତି । ଆର୍ଜେଂଟିନାର ଲିଓନେଲ ମେସୀ ଓ ମେକ୍ସିକୋର ଗୋଲକିପର ଗୁଇଲେମା ଓଚୋୟୋ ମଧ୍ୟ ଷଷ୍ଠ ବିଶ୍ୱକପ ଖେଳିବାକୁ ଯାଉଛନ୍ତି । ସେମାନଙ୍କ ଦଳ ଘୋଷଣା ହୋଇ ନାହିଁ । ଉଭୟ ଟିମରେ ସ୍ଥାନ ପାଇଲେ ରୋନାଲ୍ଡୋଙ୍କ ସହ ସମକକ୍ଷ ହେବେ । ପର୍ତୁଗାଲ ବିଶ୍ୱକପ ପୂର୍ବରୁ ଚିଲି ଓ ନାଇଜେରିଆ ସହ ୱାର୍ମଅପ ମ୍ୟାଚ ଖେଳିବ । ଏହି ମ୍ୟାଚ ମାଧ୍ୟମରେ ଟିମ କମ୍ବିନେଶନ ପ୍ରସ୍ତୁତ କରାଯିବ ।

ପର୍ତୁଗାଲ ଟିମ: ଡିଏଗୋ କୋଷ୍ଟା, ଜୋସ ସା, ରୁଇ ସିଲଭା, ରିକାର୍ଡ ୱେଲହେ, ଡିଏଗୋ ଡାଲୋଟ, ମ୍ୟାଥିଏସ ନୁନେସ, ନେଲସନ ସେମେଡେ, ଜୋଆଅ କେସେଲେ, ନୁନୋ ମ୍ୟାଣ୍ଡିସ, ଗୋସେଲୋ ଇନାସିୟୋ, ରେନାଟୋ ୱେଇଗା, ରୁବେନ ଡିୟାସ, ଟମାସ ଅରାଉଜୀ, ରୁବେନ ନେଭେସେ, ଜୋଆଅ ନେଭେସ, ବିଟିହ୍ନା, ବ୍ରୁନୋ ଫର୍ଣ୍ଣାଣ୍ଡିଜ, ବର୍ଣ୍ଣାଡୋ ସିଲଭା, ଜୋଆଅ ଫେଲକ୍ସ, ଫ୍ରାନସିସ୍କୋ ଟିନକାଓ, ଫ୍ରାନସିସ୍କୋ କନ୍ସିସିଓ, ସାମୁ କୋଷ୍ଟା, ପେଡେ ନେଟୋ, ରାଫେଲ ଲିୟୋ, ଗୋସାଲା ଗୁଏଡେସ, ଗୋସାଲ ରାମୋସ ଓ କ୍ରିଷ୍ଟିଆନୋ ରୋନାଲ୍ଡୋ ।

Comments are closed.