ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଇଟାଲୀ ଗସ୍ତରେ ରହିଛନ୍ତି । ଇଟାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ମୋଦିଙ୍କ ସହ ସେଲଫି ଫଟୋ ଛାଡ଼ି ସ୍ବାଗତ କରିଛନ୍ତି ମେଲୋନି। ପ୍ରଧାନମନ୍ତ୍ରୀ ସେଠାରେ ଏଭଳି ଏକ କାମ କରିଛନ୍ତି ଯାହାକୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି।
କାରଣ ମେଲୋନିଙ୍କୁ ମେଲୋଡି ଚକୋଲେଟ ଦେଇଛନ୍ତି ମୋଦି। ଯାହାକୁ ସେ ଖୁସି ଖୁସି ଏହାକୁ ଗ୍ରହଣ କରିଥିଲେ ।ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମିଳିଥିବା ଏକ ଚକୋଲେଟ୍ ଉପହାରକୁ ନେଇ ମେଲୋନି ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘X’ ରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।
ଆପଣଙ୍କୁ ଜଣାଇ ଦେଉଛୁ ଯେ ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ଇଟାଲୀ ଗସ୍ତରେ ଅଛନ୍ତି ଏବଂ ରାଜଧାନୀ ରୋମରେ ତାଙ୍କୁ ଉଷ୍ମ ସ୍ୱାଗତ କରାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଏବଂ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି।
ମେ ୨୦ ତାରିଖରେ ଇଟାଲୀକୁ ତାଙ୍କର କୂଟନୈତିକ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ପାର୍ଲେର “ମେଲୋଡି” ଚକୋଲେଟର ଏକ ପ୍ୟାକେଟ ଉପହାର ଦେଇଥିଲେ। ଏହି ମୁହୂର୍ତ୍ତ ସିଧାସଳଖ ଭାଇରାଲ ଇଣ୍ଟରନେଟ୍ ମିମ୍ “ମେଲୋଡି” (ମେଲୋନି + ମୋଦି) କୁ ଇସାରା କରୁଛି।
ପ୍ରଧାନମନ୍ତ୍ରୀ ମୋଦି ଦୁଇଟି ଭିନ୍ନ ଟେକ୍ସଚର ସହିତ ପାର୍ଲେ ମେଲୋଡିର ଏକ ଚକଲେଟ ପ୍ୟାକେଟ ଉପହାର ଦେଇଥିଲେ। କ୍ୟାଣ୍ଡିର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ଏହାର ବାହାର କଠିନ କାରାମଲ ବିଶିଷ୍ଟ ହୋଇଥିବା ବେଳେ ଭିତର ଚକୋଲେଟରେ ଭର୍ତ୍ତି ଥାଏ।
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ତାଙ୍କ ଗସ୍ତର ମୁହୂର୍ତ୍ତଗୁଡ଼ିକୁ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ରୋମରେ ପହଞ୍ଚିବା ପରେ, ମୋତେ ରାତ୍ରୀଭୋଜନ ପାଇଁ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ଭେଟିବାର ସୁଯୋଗ ମିଳିଥିଲା, ଯାହା ପରେ ଆମେ ପ୍ରସିଦ୍ଧ କଲୋସିୟମ୍ ପରିଦର୍ଶନ କରିଥିଲୁ। ଆମେ ବିଭିନ୍ନ ବିଷୟରେ ଆମର ମତାମତ ବାଣ୍ଟିଥିଲୁ। ମୁଁ ଆଜି ପରେ ଆମର ଆଲୋଚନା ପାଇଁ ଅପେକ୍ଷା କରିଛି, ଯେଉଁଠାରେ ଆମେ ଭାରତ-ଇଟାଲୀ ବନ୍ଧୁତାକୁ ଆହୁରି ମଜବୁତ କରିବା ପାଇଁ ଆମର ଆଲୋଚନା ଜାରି ରଖିବୁ।”
ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପାଞ୍ଚ-ରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟ ପାଇଁ ଇଟାଲୀରେ ପହଞ୍ଚିଛନ୍ତି । ଯେଉଁଠାରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ଭଳି ପ୍ରସଙ୍ଗ ଉପରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଆଶା କରାଯାଉଛି । ଭାରତ-ଇଟାଲୀ ବନ୍ଧୁତାକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା ଜାରି ରହିବ।