କଟକ: ଆସନ୍ତା ୨୫ ତାରିଖରୁ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି। ଶନିବାର ଏବଂ ରବିବାର ହାଇକୋର୍ଟ ବନ୍ଦ ରହୁଥିବାରୁ ଶୁକ୍ରବାର ଶେଷ କାର୍ଯ୍ୟ ଦିବସ ରହିବ। ଜୁନ୍ ୨୨ ତାରିଖରେ ପୁନର୍ବାର ଅଦାଲତ କାର୍ଯ୍ୟ ଆରମ୍ଭ ହେବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ହାଇକୋର୍ଟଙ୍କ ଏହି ଗ୍ରୀଷ୍ମ ଛୁଟି ସମୟରେ ୮ ଦିନ ଅବକାଶକାଳୀନ ଅଦଲତ ଚାଲିବ। ପୂର୍ବ ନିଷ୍ପତ୍ତି ଅନୁସାରେ ଅବକାଶକାଳୀନ ସମସ୍ତ ଅଦାଲତ ଭର୍ଚୁଆଲ୍ ମୋଡରେ କାର୍ଯ୍ୟ କରିବ। ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୋର୍ଟ ବିଭିନ୍ନ ମାମଲାର ଶୁଣାଣି କରିବେ।
ଆସନ୍ତା ୨୬ ତାରିଖ ଓ ୨୯ ତାରିଖରେ ହାଇକୋର୍ଟର ଅବକାଶକାଳୀନ ଅଦାଲତ ବସିବ। ଏହି ଦୁଇଦିନ ଚାରିଟି ବେଞ୍ଚରେ ବିଭିନ୍ନ ମାମଲାର ଶୁଣାଣି ହେବ। ହାଇକୋର୍ଟର ବିଚାରପତି ଜଷ୍ଟିସ୍ କେ. ଆର. ମହାପାତ୍ର ଏବଂ ଜଷ୍ଟିସ୍ ଏମ୍. ଏସ୍. ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ। ପୁନର୍ବାର ଜଷ୍ଟିସ୍ କେ.ଆର. ମହାପାତ୍ର, ଜଷ୍ଟିସ୍ ଏମ୍. ଏସ୍. ସାହୁ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣ ପୃଥକ ପୃଥକ ବେଞ୍ଚରେ ବିଭିନ୍ନ ମାମଲାର ଶୁଣାଣି କରିବେ। ଜୁନ୍ ୨ ଓ ଜୁନ୍ ୫ରେ ଅବକାଶକାଳୀନ କୋର୍ଟରେ ଜଷ୍ଟିସ୍ ଏମ୍.ଏସ୍. ସାହୁ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ। ଏଥିସହ ଜଷ୍ଟିସ୍ ଏମ୍. ଏସ୍. ସାହୁ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣ ପୃଥକ ପୃଥକ ବେଞ୍ଚ୍ରେ ବିଭିନ୍ନ ମାମଲାର ଶୁଣାଣି କରିବେ।
ଜୁନ୍ ୯ରେ ହେବାକୁ ଥିବା ଅବକାଶକାଳୀନ କୋର୍ଟରେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏବଂ ଜଷ୍ଟିସ୍ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ। ପରେ ଜଷ୍ଟିସ୍ ଆଦିତ୍ୟ ମହାପାତ୍ର, ଜଷ୍ଟିସ୍ ଭି. ନରସିଂହ, ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏବଂ ଜଷ୍ଟିସ୍ ଗୌରୀ ଶଙ୍କର ଶତପଥୀ ପୃଥକ ପୃଥକ ବେଞ୍ଚରେ ବିଭିନ୍ନ ମାମଲାର ଶୁଣାଣି କରିବେ। ଜୁନ୍ ୧୨, ୧୭ ଓ ୧୯ ତାରିଖରେ ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ। ପରେ ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ୍ ଭି. ନରସିଂହ, ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ପୃଥକ ପୃଥକ ବେଞ୍ଚର ବିଭିନ୍ନ ମାମଲାର ଶୁଣାଣି କରିବେ ।