Latest Odisha News

BREAKING NEWS

FM StudentCase:FM ଛାତ୍ରୀ ଆତ୍ମାହୁତି ମାମଲା;୧୦ ମାସ ପରେ ଜେଲରୁ ବାହାରିଲେ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ

ବାଲେଶ୍ବର:FM ଛାତ୍ରୀ ଆତ୍ମାହୁତି ମାମଲା ।୧୦ ମାସ ପରେ ବାଲେଶ୍ବର ଜିଲ୍ଳା ମୁଖ୍ୟ କାରାଗାରରୁ ବାହାରିଲେ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ । ହାଇକୋର୍ଟରୁ ଜାମିନ ପରେ ଜେଲରୁ ବାହାରିଲେ ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ମୁଖ୍ୟ ଅଭିଯୁକ୍ତ ପ୍ରଫେସର ସମୀର ସାହୁ ଏବେବି ଜେଲରେ ଅଛନ୍ତି ।

ଅଧକ୍ଷ ଦିଲ୍ଲୀପ ଘୋଷ ଏବଂ ଇଂରାଜୀ ବିଭାଗୀୟ ମୁଖ୍ୟ ସମୀର ସାହୁ ବିରୋଧରେ ଜୁଲାଇ ୧୨ ତାରିଖ ୨୦୨୫ରେ ମାମଲା ରୁଜୁ ହୋଇଥିଲା । ଏମାନଙ୍କୁ ସହଦେବ ଖୁଣ୍ଟା ଥାନା ପୋଲିସ ଜୁଲାଇ ୧୪ ରେ ଗିରଫ କରିଥିଲା ।

ସୂଚନାଥାଉକି, ବାଲେଶ୍ବର FM ସ୍ବୟଂଶାସିତ କଲେଜର ଦ୍ବିତୀୟ ବର୍ଷ ଇଣ୍ଟିଗ୍ରେଟେଡ ବିଏଡ୍‌ର ଛାତ୍ରୀ ଆଣିଥିଲେ ସଂଗୀନ ଅଭିଯୋଗ । ଅଧ୍ୟାପକ ସମୀର ସାହୁଙ୍କ ବିରୋଧରେ ଫେଭର ମାଗୁଥିବା ନେଇ କଲେଜର ପ୍ରିନ୍ସପାଲ ଦିଲ୍ଲୀପ ଘୋଷଙ୍କୁ ଜଣାଇଥିଲେ । ସମସ୍ତେ ଜାଣିଥିଲେ ହେଲେ କେହି ତାଙ୍କ କଥାକୁ ଗୁରୁତର ସହ ନେଲେନି । ଶେଷରେ ନ୍ୟାୟ ପାଇବାକୁ ଜୁଲାଇ ୧୨ରେ ପ୍ରିନ୍ସପାଲଙ୍କ ଚାମ୍ବର ଆଗରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ ପୀଡିତା । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡିଯାଇଥିଲା । ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ୮ ଜଣିଆ ବିଶେଷଜ୍ଞ ଟିମ୍‌ ପୀଡିତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିଥିଲେ । ତଥାପି ପୀଡିତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ୨ଦିନ ଧରି ଜୀବନ ମରଣ ସହ ସଂଘର୍ଷ ପରେ ଜୁଲାଇ ୧୪ରେ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ପୀଡିତା ।

Leave A Reply

Your email address will not be published.