Latest Odisha News

BREAKING NEWS

୨୯ ଲକ୍ଷର ଧଳାଜହରର ଡିଲ୍ ପୂର୍ବରୁ ମାଡି ବସିଲା କମିଶନରେଟ ପୋଲିସ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ୨୯ ଲକ୍ଷ ଟଙ୍କାର ଧଳାଜହର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି । ଗୁରୁବାର ରାଜଧାନୀ ଭୁବନେଶ୍ବରରେ ବ୍ରାଉନ୍ ସୁଗର ବିକ୍ରି ପାଇଁ ଦୁଇ ଜଣ ଡିଲର୍ ଆସିଥିବା ବେଳେ କମିଶନରେଟ୍ ପୋଲିସ ଏକାମ୍ର କାନନ ପାର୍କ ରୋଡରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ୨୯ ଲକ୍ଷ ଟଙ୍କାର ଧଳାଜହର ସହ ଗୋଟିଏ କାର୍ ଜବତ ହୋଇଛି ।

ଗିରଫ ଅଭିଯୁକ୍ତ ହେଲେ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅଞ୍ଚଳର ଫକ୍ରୁଦ୍ଦିନ୍ ଖାନ୍ (୪୪) ଓ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାର ମହମ୍ମଦ ବାଦଶାହା (୩୨)।

ଅଭିଯୁକ୍ତଙ୍କ କାର୍, ୨୯୦ ଗ୍ରାମର ବ୍ରାଉନସୁଗର, ୩ ମୋବାଇଲ, ନଗଦ ୧୦ ହଜାର ଟଙ୍କା ଜବତ କରାଯାଇଛି । ଏନେଇ ସ୍ପେଶାଲ କ୍ରାଇମ ୟୁନିଟ (SCU) ପକ୍ଷରୁ ମାମଲା (ନଂ.୧୩/୨୦୨୬) ରୁଜୁ କରାଯାଇଛି । ଏନେଇ ଶୁକ୍ରବାର ପୋଲିସ କମିଶନର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ଏବେ ପୋଲିସ ଖୋଳତାଡ କରୁଛି କାହାକୁ ବ୍ରାଉନସୁଗର ଦେଇଥାନ୍ତେ ।

ସୂଚନାଥାଉକି, ଭୁବନେଶ୍ୱରର ଜଣେ ଡିଲରକୁ ବ୍ରାଉନସୁଗର ଦେବାର ଥିଲା । ଏନେଇ ସ୍ପେଶାଲ କ୍ରାଇମ ୟୁନିଟ ଟିମ୍ ଜାଣିବା ପରେ ଉଭୟଙ୍କୁ ଧରିବାକୁ ଯୋଜନା କରିଥିଲା । ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରୁ ୭ଟା ୩୦ ମଧ୍ୟରେ ଏକାମ୍ର କାନନ ପାର୍କ ନିକଟରେ ପୋଲିସ ଟିମ୍ ସାଦା ପୋଷାକରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ବାନ୍ଧିଛି ।

Leave A Reply

Your email address will not be published.