Latest Odisha News

BREAKING NEWS

ଆନ୍ତର୍ଜାତୀୟ ଟି୨୦ରେ ହେବ ବଡ ଧରଣର ପରିବର୍ତନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦କୁ ଆହୁରି ରୋମାଂଚକର କରିବା ପାଇଁ ଆଇସିସି କେତେକ ବଡ ପରିବର୍ତନ କରିବାକୁ ଯାଉଛି । ଦର୍ଶକମାନେ ଆନ୍ତର୍ଜାତୀୟ ଟି୨୦ ଏବଂ ଲିଗ କ୍ରିକେଟରେ ଯେପରି ଫରକ ପାଇବେ ନାହିଁ ସେଥିପାଇଁ ଉଦ୍ୟମ କରାଯାଉଛି । ମ୍ୟାଚ ସମୟରେ ୨୦ ମିନିଟ ବ୍ରେକକୁ ୧୫ ମିନିଟ କରିବା ପାଇଁ ଆଲୋଚନା ହୋଇଛି । ଚଳିତ ମାସ ୩୦ରେ ଅହମ୍ମଦାବାଦରେ ହେବାକୁ ଥିବା ଆଇସିସି ବୈଠକରେ ଏହା ଉପରେ ମୋହର ଲାଗିପାରେ । ବ୍ରେକର ସମୟ କମିଲେ ମ୍ୟାଚରେ ତୀବ୍ରତା ରହିବ ।

ଦର୍ଶକଙ୍କ ରୋମାଂଚ କମ ହେବନି । ସେମାନେ ମ୍ୟାଚ ସହିତ ଜଡିତ ହୋଇ ରହିବେ । ଆଇପିଏଲ ସମେତ ଅନ୍ୟ ଫ୍ରାଂଚାଇଜ ଲିଗର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦର୍ଶକମାନେ ଆନ୍ତର୍ଜାତୀୟ ଟି୨୦ ପ୍ରତି ବିମୁଖ ହେବାରେ ଲାଗିଛନ୍ତି । ବଡ ବଡ ଟୁର୍ଣ୍ଣାମେଂଟ କିମ୍ବା ଶକ୍ତିଶାଳୀ ଟିମ ମଧ୍ୟରେ ହେଉଥିବା ମୁକାବିଲାକୁ ଛାଡିଦେଲେ ଅନ୍ୟ ଟି୨୦ ସିରିଜରେ ଦର୍ଶକଙ୍କ ଅଭାବ ସମ୍ପୂର୍ଣ୍ଣ ଭାବେ ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.