ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ପୁଷ୍ପମିତ୍ର ମହାନ୍ତିଙ୍କ ମଙ୍ଗଳବାର ଦିନ କଟକସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଛି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ପରିବାର ଲୋକଙ୍କ କହିବାନୁଯାୟୀ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଦୈନିକ ଖବରକାଗଜ ‘ସମ୍ବାଦ’ର ବିଭିନ୍ନ ବିଭାଗରେ ତିନି ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିଲେ। ସେ ହେଉଛନ୍ତି ଦୈନିକ ‘ସମ୍ବାଦ’ର ପ୍ରଥମ ସଂପାଦକ ସୁରେନ୍ଦ୍ର ମହାନ୍ତିଙ୍କର କନିଷ୍ଠ ପୁତ୍ର।