Latest Odisha News

BREAKING NEWS

ଜୁନ୍ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରେ ଦେଶର ବିଭିନ୍ନ ସ୍ଥାନରେ ସାପ୍ତାହିକ ଛୁଟି ଏବଂ ଆଞ୍ଚଳିକ ପର୍ବପର୍ବାଣୀକୁ ମିଶାଇ ମୋଟ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଥିପାଇଁ ଗ୍ରାହକମାନଙ୍କୁ ପୂର୍ବରୁ ହିଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବ୍ୟାଙ୍କ ସେବା ବନ୍ଦ ରହିବ… ଭାରତୀୟ ରିଜର୍ଭ ବ୍ୟାଙ୍କ RBIର ନିୟମ ଅନୁଯାୟୀ, ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସହିତ ସମସ୍ତ ରବିବାର ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଥାଏ। ଏହା ବ୍ୟତୀତ ଜୁନ୍ ମାସରେ ଅନେକ ଆଞ୍ଚଳିକ ପର୍ବପର୍ବାଣୀ ଯୋଗୁଁ ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ।

ଓଡ଼ିଶାବାସୀଙ୍କ ପାଇଁ ଏହି ଛୁଟି ତାଲିକା ଜାଣିବା ବିଶେଷ ଜରୁରୀ। ଜୁନ୍ ୧୫ ତାରିଖରେ ଓଡ଼ିଶାରେ ‘ରଜ ସଂକ୍ରାନ୍ତି’ ଅବସରରେ ବ୍ୟାଙ୍କଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିପରି ଜୁନ୍ ୨୫ ତାରିଖରେ ମହମ୍ମଦ ଦିବସ ପାଇଁ ବ୍ୟାଙ୍କ ଛୁଟି ରହିବ। ଜୁନ୍ ୨୬ ତାରିଖରେ ମହରମ ଅବସରରେ ଦେଶର ଅଧିକାଂଶ ରାଜ୍ୟରେ ବ୍ୟାଙ୍କ ସେବା ପ୍ରଭାବିତ ହେବ।

ତେବେ ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ଗ୍ରାହକମାନଙ୍କୁ ଆଦୌ ଚିନ୍ତା କରିବାର ଆବଶ୍ୟକତା ନାହିଁ। ମାସ ସାରା ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ରହିବ। ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍, ୟୁପିଆଇ (UPI) ଏବଂ ଏଟିଏମ୍ (ATM) ସେବା ୨୪ ଘଣ୍ଟା ଉପଲବ୍ଧ ହେବ। ମାତ୍ର ଚେକ୍ କ୍ଲିଅରାନ୍ସ, ପାସବୁକ୍ ଅପଡେଟ୍, ନଗଦ ଟଙ୍କା ଜମା ଏବଂ ଋଣ ସମ୍ବନ୍ଧୀୟ କାମ ପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ଖୋଲିବାକୁ ଅପେକ୍ଷା କରିବାକୁ ପଡ଼ିବ।

 

Leave A Reply

Your email address will not be published.