Latest Odisha News

BREAKING NEWS

ବାଲି ଘାଟରେ ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ;ଜବତ ଗାଡ଼ି ଛଡ଼ାଇ ନେଲେ ମାଫିଆ

ସୁନ୍ଦରଗଡ଼: ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ କଲେ ବାଲି ମାଫିଆ । ସକାଳେ ସୁନ୍ଦରଗଡ଼ ଟାଉନ୍ ଥାନା ଅମଲିପାଲି ଇବ ନଦୀ ବାଲିଘାଟରେ ଚୋରା ବାଲି ଚାଲାଣ ହେଉଥିବା ନେଇ ଖବର ପାଇଥିଲା ପୋଲିସ । କନିଷ୍ଠ ଖଣି ଅଧିକାରୀ ଓ ଟାଉନ ଥାନା ପୋଲିସ ବାଲି ଘାଟରେ ଚଢ଼ଉ କରିଥିଲେ। ୬ଟି ଗାଡ଼ିରେ ବୋଲି ବୋଝେଇ ହୋଇଥିଲା। ଚଢ଼ଉକାରୀ ଦଳ ତୁରନ୍ତ ଗାଡ଼ିଗୁଡ଼ିକୁ ଜବତ କରିଥିଲେ। ଏହି ସମୟରେ ବାଲି ମାଫିଆମାନେ ଖଣି ଅଧିକାରୀ ଓ ପୋଲିସ ଉପରେ ଆକ୍ରମଣକରିଥିଲେ ।

ଏଥିସହ ଜବତ ଗାଡ଼ି ମଧ୍ଯରୁ ୫ଟି ଗାଡ଼ି କରି ଛଡ଼ାଇ ନେଲେ ମାଫିଆ । ଗୋଟିଏ ଗାଡ଼ି ଥାନାକୁ ନେଇ ଆସିଥିବା ସୂଚନା ରହିଛି।

ସେପଟେ ସୁନ୍ଦରଗଡ଼ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜୁନିୟର ମାଇନିଂ ଅଫିସର। । ପୋଲିସ ମାମଲା ରୁଜୁ କରି ମାଫିଆଙ୍କୁ ଧରିବାକୁ ତନାଘନା ଆରମ୍ଭ କରି ଦେଇଛି।

Leave A Reply

Your email address will not be published.