କେନ୍ଦ୍ରାପଡା:କୁମ୍ଭୀର ସହ ଲଢ଼ି ନିଜ ଜୀବନ ବଞ୍ଚାଇଛନ୍ତି ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ । ରାଜନଗର ବ୍ଲକ ରାଜପୁର ପଂଚାୟତ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ବାଥିଙ୍ଗ ଘାଟରେ ଆଜି ଗାଧୋଉଥିବାବେଳେ ତାଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା । ଦୀର୍ଘ ୧୫ ମିନିଟ କାଳ କୁମ୍ଭୀର ସହ କ୍ଷମାନିଧି ଓ ଗ୍ରାମବାସୀଙ୍କ ଲଢେଇ ହୋଇଥିଲା । ଶେଷରେ ଜୀବନ ବଞ୍ଚିଯାଇଛି ଯୁବକଙ୍କର ।
କୁମ୍ଭୀର ଆକ୍ରମଣରେ କ୍ଷମାନିଧିଙ୍କ ଦୁଇ ଗୋଡ଼ରେ ୪୦ରୁ ୫୦ଟି କ୍ଷତଚିହ୍ନ ରହିଛି । ସାହସର ସହ ଲଢିଥିଲେ କ୍ଷମାନିଧି । ତାଙ୍କୁ ସହଯୋଗ କରିଥିଲେ ନିକଟରେ ଗାଧୋଉଥିବା ଲୋକମାନେ । ସେମାନେ ବାଉଁଶ ଆଣି କୁମ୍ଭୀରକୁ ବାଡେଇବାରୁ ଛାଡି ପଳାଇଥିଲା । ତେବେ କୁମ୍ଭୀର ଆକ୍ରମଣରେ ଆହତ କ୍ଷମାନିଧିଙ୍କୁ ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସ୍ଥାନୀୟ ଲୋକଙ୍କ ଅନୁସାରେ ଆକ୍ରମଣ କରିଥିବା କୁମ୍ଭୀରର ଲମ୍ବ ପ୍ରାୟ ୨୫ ଫୁଟ ହେବ ।