କେନ୍ଦ୍ରାପଡା: ୯ ଦିନପରେ ଯୁବକ ଗୌରାଙ୍ଗଙ୍କ ମୃତଦେହକୁ ଆଜି ଠାବ କରିଛି ପୋଲିସ । ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ମରଣାନ୍ତକ ଆକ୍ରମଣ ଓ ଅପହରଣର ୯ ଦିନପରେ ଠାବ ହେଲେ ଯୁବକ । ଆଳି ଥାନା ପେତପଡା ପଞ୍ଚାୟତର ନ’ମାଣିଆ ପାଟ ମଝି ବେଣାବୁଦାରୁ ମିଳିଲା ଖପୁରୀ, ହାଡ଼ ଓ ପୋଷାକ । ସାଇଣ୍ଟିଫିକ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି । ନିଖୋଜ ଗୌରାଙ୍ଗଙ୍କ ବାପା ଭାଇ ସେଠାରେ ପହଞ୍ଚି ତାହା ଗୌରାଙ୍ଗଙ୍କ ମୃତଦେହ ବୋଲି ଚି଼ହ୍ନଟ କରିଥିଲେ।
ଗତ ୨୮ ତାରିଖ ଦିନ ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଗ୍ରାମର ଅରୁଣ ସେଠୀଙ୍କ ପୁଅ ଗୌରାଙ୍ଗଙ୍କୁ ଏକ ଗାଡ଼ି କାଚଭଙ୍ଗା ଘଟଣାକୁ ନେଇ ୬ରୁ ଊର୍ଦ୍ଧ୍ୱ ଯୁବକ ତାଙ୍କୁ ନିସ୍ତୁକ ମାଡ଼ ମାରି ଅପହରଣ କରି ନେଇଥିଲେ। ଏ ନେଇ ଅରୁଣ ଆଳି ଥାନାରେ ୬ ଜଣକ ନାମରେ ମାମଲା ରୁଜୁ କରିଥିଲେ। ଗୌରାଙ୍ଗଙ୍କୁ ମାଡ଼ ମରାଯିବାର ଭିଡିଓ ଭାଇରାଲ ହେବା ପରେ ଗ୍ରାମବାସୀ ତୁରନ୍ତ ଗୌରାଙ୍ଗଙ୍କୁ ଖୋଜିବା ସହିତ ଅପହରଣକାରୀଙ୍କ ଗିରଫ ଦାବି କରି ଥାନା ଘେରାଉ କରିଥିଲେ।

Comments are closed.