Latest Odisha News

BREAKING NEWS

ଟେନିସ ଜଗତକୁ ମିଳିଲା ନୂଆ ମହିଳା ସୁପରଷ୍ଟାର

ନୂଆଦିଲ୍ଲୀ: ଟେନିସ ଜଗତକୁ ଏକ ନୂଆ ମହିଳା ସୁପରଷ୍ଟାର ମିଳିଛି । ୧୯ ବର୍ଷୀୟା ମୀରା ଏଣ୍ଡ୍ରିଭା ଫ୍ରେଂଚ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ଫାଇନାଲରେ ସେ ପୋଲାଣ୍ଡର ମାଜା ଚେଲିସ୍କାଙ୍କୁ ୬-୩ ଓ ୬-୨ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ୧୯୯୨ ପରେ ସେ ଦ୍ୱିତୀୟ କମ ବୟସ୍କା ଖେଳାଳି ଭାବେ ଏହି ଟାଇଟଲ ହାସଲ କରିଛନ୍ତି । ମୋନିକା ସେଲ୍ସ ୧୮ ବର୍ଷ ବୟସରେ ଏହି କୀର୍ତିମାନ ସ୍ଥ୍‌ାପନ କରିଥିଲେ ।

ସେହିପରି ୨୦୧୪ ପରେ ରୁଷିଆର ଦ୍ୱିତୀୟ ମହିଳା ଖେଳାଳି ଭାବେ ଫ୍ରେଂଚ ଓପନ ଟାଇଟଲ ଜିତିଛନ୍ତି ।  ତାଙ୍କ ପୂର୍ବରୁ ମାରିୟା ଶାରାପୋଭା ପ୍ରଥମ ରୁଷୀୟ ମହିଳା ଖେଳାଳି ଭାବେ ଫ୍ରେଂଚ ଓପନ ଟାଇଟଲ ଜିିତିଥିଲେ । ପ୍ରଥମରୁ ଏଣ୍ଡ୍ରିଭା ୨-୩ରେ ପଛୁଆ ରହିଥିଲେ । ଏହା ପରେ କୋଚଙ୍କ ପରାମର୍ଶ କ୍ରମେ ସେ ଖେଳିବା ଶୈଳୀ ବଦଳାଇଥିଲେ । ପ୍ରଥମ ସେଟକୁ ୬-୩ରେ ଜିତିବା ପରେ ସେ ପରବର୍ତୀ ସେଟରେ ମଧ୍ୟ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମ୍ୟାଚରେ ପ୍ରତ୍ୟାବର୍ତନ କରିବା ପାଇଁ କୌଣସି ସୁଯୋଗ ନ ଦେଇ ୬-୨ରେ ଜିତିବା ସହ ମ୍ୟାଚରେ ବିଜୟୀ ହାସଲ କରିଥିଲେ ।

Leave A Reply

Your email address will not be published.