Latest Odisha News

BREAKING NEWS

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ହୀରା କାରଖାନା: ୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ଖୋର୍ଦ୍ଦା: ରାଜ୍ୟରେ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଏକ କୃତ୍ରିମ ହୀରା ପ୍ରସ୍ତୁତି ୟୁନିଟ୍ ପ୍ରତିଷ୍ଠା ନେଇ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ପ୍ରାୟ ୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ।

 

ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ପ୍ରକଳ୍ପକୁ ଅନୁମତି ମିଳିଛି। ଏହି ଅତ୍ୟାଧୁନିକ କାରଖାନା ରାଜ୍ୟର ଅର୍ଥନୈତିକ ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡିବ ବୋଲି ଶିଳ୍ପ ବିଭାଗ ଆଶା ରଖିଛି। ସବୁଠାରୁ ବଡ଼ କଥା ହେଉଛି କାରଖାନା ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶହ ଶହ ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ରୋଜଗାର ମିଳିପାରିବ ଯାହା ବେକାରୀ ସମସ୍ୟା ଦୂର କରିବାରେ ବହୁମାତ୍ରାରେ ସାହାଯ୍ୟ କରିବ।

 

ବର୍ତ୍ତମାନ ବିଶ୍ୱ ବଜାରରେ ଲାବରେ ପ୍ରସ୍ତୁତ ହେଉଥିବା ହୀରାର ଚାହିଦା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଖଣିରୁ ବାହାରୁଥିବା ପ୍ରାକୃତିକ ହୀରା ତୁଳନାରେ ଏହା ଶସ୍ତା ଏବଂ ପରିବେଶ ଅନୁକୂଳ ହୋଇଥିବାରୁ ଗ୍ରାହକମାନେ ଏହାକୁ ଅଧିକ ପସନ୍ଦ କରୁଛନ୍ତି। ଖୋର୍ଦ୍ଧାରେ ଏହି ଶିଳ୍ପର ପ୍ରତିଷ୍ଠା ଓଡ଼ିଶାକୁ ଏକ ନୂଆ ପରିଚୟ ଦେବା ସହ ଆନ୍ତର୍ଜାତୀୟ ବଜାରରେ ଯୋଡିବ।

Leave A Reply

Your email address will not be published.