Latest Odisha News

BREAKING NEWS

ବାଘ ଛାଲ ବିକ୍ରି ନେଇ ଯୋଜନା ଚାଲିଥିବାବେଳେ ୨ ଶିକାରୀଙ୍କୁ ମାଡି ବସିଲା ପୋଲିସ, ୨ଟି କଲରାପତରିଆ ଚମଡ଼ା ଜବତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରୁ ପୁଣି ବାଘ ଛାଲ ଜବତ ହୋଇଛି । ଘଟଣାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ବଡ଼ଗାଁ କେଶବା ଜମାଦାର (୩୪) ଓ ଜରଡ଼ା ଥାନା ବୁରାତାଲ ଗ୍ରାମର ବୀରା ଜମାଦାର (୪୫ ବର୍ଷ) ।

ତେବେ ବାଘ ଛାଲ ବିକ୍ରି ନେଇ ପୋଲିସ କୌଣସି ସୁତ୍ରରୁ ସୂଚନା ପାଇଥିଲା । ପାହାଡ଼ ଉପରେ ଜଙ୍ଗଲ ଆଡକୁ ଦୌଡ଼ୁଥିବା ଦୁଇଜଣଙ୍କୁ ଦେଖି ପୋଲିସ ସେମାନଙ୍କ ପିଛା କରିଥିଲା । ଅଭିଯୁକ୍ତମାନେ ଖଣ୍ଡା ଦେଖାଇବା ସହ ଧମକ ଦେଇଥିବା ବେଳେ ପୋଲିସ କୌଶଳରେ ଉଭୟଙ୍କୁ କାବୁ କରିଥିଲା ।

ପରେ ସେମାନଙ୍କ ଠାରୁ ୨ଟି ଅଖାରୁ ୨ଟି କଲରାପତରିଆ ବାଘର ଚମଡ଼ା ଉଦ୍ଧାର କରାଯାଇଥିଲା । ଏହା ସହ ଦୁଇଟି ଜୀବନ୍ତ ବୋମା ଓ ଗୋଟିଏ ଖଣ୍ଡାକାତି ମଧ୍ୟ ଉଦ୍ଧାର କରାଯାଇଛି । ପୋଲିସ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି ।

ନିକଟରେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରୁ ବ୍ରହ୍ମପୁର ପୁଲିସ ଏକ ବାଘ ଚମଡା ଜବତ କରିବା ସହ ତିନି ଶିକାରୀକୁ ଗିରଫ କରିଥିଲା ।

Leave A Reply

Your email address will not be published.