Latest Odisha News

BREAKING NEWS

ପିକନିକ କରିବାକୁ ଯାଇ ପାଣିରେ ବୁଡିଗଲେ ଛାତ୍ର;ସର୍ଚ୍ଚ ଅପେରସନ ଜାରି

ସମ୍ବଲପୁର: ପିକନିକ କରିବାକୁ ଯାଇ ବୁଡ଼ିଗଲେ ଜଣେ ମେଧାବୀ ଛାତ୍ର । ଛାତ୍ର ଜଣକ ସହପାଠୀଙ୍କ ସହ ଭୋଜି କରିବା ପାଇଁ “ଅଠରହଜାର ପଏଣ୍ଟ” କୁ ପିକନିକ କରିବାକୁ ଯାଇଥିଲେ। ସେଠାରେ ପାୱାର ଚ୍ୟାନେଲରେ ଗାଧୋଉଥିବା ସମୟରେ ଅସାବଧାନତା ହେତୁ ଗୋଡ଼ ଖସିଯିବାରୁ ପାଣିର ପ୍ରଖର ସ୍ରୋତରେ ସେ ଭାସି ଯାଇଛନ୍ତି।

​ଖବର ପାଇ ବୁର୍ଲା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ତେବେ ସନ୍ଧ୍ୟା ହେବା ପରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି ।

ଛାତ୍ର ଜଣକ ଭୁବନେଶ୍ୱର ସ୍ଥିତ ଘରୋଇ କଲେଜରେ ଯୁକ୍ତ ୨ ପଢ଼ୁଥିଲେ। ଛୁଟି ହେବାରୁ ସେ ସମ୍ବଲପୁର ବୁଢ଼ାରଜା ସହଯୋଗନଗର ନିଜ ଘରକୁ ଆସିଥିଲେ।

Comments are closed.