Latest Odisha News

BREAKING NEWS

ଆଇଓସିଏଲରେ ଚାକିରୀ କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ

ଭୁବନେଶ୍ୱର: ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ(ଆଇଓସିଏଲ)ରେ ଚାକିରୀ ପାଇବା ଆଶାରେ ଠକାମିର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ବ୍ୟକ୍ତି । ତାଙ୍କ ଠାରୁ ୧୦ଲକ୍ଷ ୩୦ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି । ବ୍ୟକ୍ତି ଜଣକ ହେଉଛନ୍ତି ଖଣ୍ଡଗିରି ଜଗମୋହନ ନଗରର ସାଗର କୁମାର ପାଢ଼ୀ । ସେ ଏନେଇ ଖଣ୍ଡଗିିରି ଥାନାରେ ଏତଲା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ନୟାଗଡ ଜିଲ୍ଲାର ସୁରେଶ ବାରିକ ନାମକ ଜଣେ ବ୍ୟକ୍ତି ପାରାଦୀପର ଆଇଓସିଏଲରେ ଚାକିରୀ କରାଇ ଦେବା ନାଁରେ ସାଗର ପାଢ଼ୀଙ୍କ ଠାରୁ ଟଙ୍କା ନେଇଥିଲେ । ଚାକିରୀ ନମିଳିବାରୁ ସାଗର ନିଜ ଟଙ୍କା ଫେରସ୍ତ କରିବାକୁ କହିଥିଲେ । ଟଙ୍କା ଫେରସ୍ତ ବଦଳରେ ସୁରେଶ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ ।

ପୁଲିସ ଆଇପିସି ଧାରା ୪୨୦, ୨୯୪ ଓ ୫୦୭ ଅଧିନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି ।

Comments are closed.