Latest Odisha News

BREAKING NEWS

ଟିଏମସିରେ ବଢ଼ିଲା ଅସନ୍ତୋଷ, ଭୂପେନ୍ଦ୍ର ଯାଦବଙ୍କ ଘରେ ବିଦ୍ରୋହୀ ନେତାଙ୍କ ବୈଠକ

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ ବୈଠକ ମଧ୍ୟରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ନୂଆ ରାଜନୈତିକ ଚ୍ୟାଲେଞ୍ଜ ଆସିଛି। ରିପୋର୍ଟ ଅନୁସାରେ, ଟିଏମସିର କିଛି ବିଦ୍ରୋହୀ ସାଂସଦ ଦିଲ୍ଲୀରେ ଗୁପ୍ତ ବୈଠକ କରିବା ପରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଘରେ ପହଞ୍ଚିଥିଲେ।

 

ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଉପସ୍ଥିତ ଥିବା କୁହାଯାଇଛି। ରାଜ୍ୟସଭାରୁ ଇସ୍ତଫା ଦେଇଥିବା ଶୁଖେନ୍ଦୁ ଶେଖର ରାୟ ମଧ୍ୟ ଏହି ବୈଠକରେ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଇସ୍ତଫା ପରେ ସେ ଟିଏମସି ଓ ମମତା ବାନାର୍ଜୀଙ୍କୁ ନିଶାନା କରିଛନ୍ତି।

 

ଖବର ଅନୁସାରେ, ପ୍ରସୂନ ବାନାର୍ଜୀ, ଶତାବ୍ଦୀ ରାୟ ଓ ଜଗଦୀଶ ବସୁନିଆଙ୍କ ସମେତ ପ୍ରାୟ ୨୦ ଜଣ ବିଦ୍ରୋହୀ ସାଂସଦ ପୂର୍ବରୁ ଗୁପ୍ତ ବୈଠକ କରିଥିଲେ। ସେମାନେ ଲୋକସଭା ସ୍ପିକରଙ୍କୁ ସାମୂହିକ ଭାବେ ଇସ୍ତଫା ଦେବେ କିମ୍ବା ଅଲଗା ଗୋଷ୍ଠୀ ପାଇଁ ଦାବି ରଖିବେ, ସେନେଇ ଚର୍ଚ୍ଚା ଚାଲିଛି।

 

ଏହା ପୂର୍ବରୁ ଟିଏମସିର ୫୮ ଜଣ ବିଧାୟକ ଅଲଗା ଗୋଷ୍ଠୀ ଗଠନ କରିଥିବା ଦାବି ଆସିଥିଲା। ତେଣୁ ମମତାଙ୍କ ପାଇଁ ସଂସଦୀୟ ଦଳକୁ ଏକତ୍ର ରଖିବା ଏବେ ବଡ଼ ପରୀକ୍ଷା ହୋଇପଡ଼ିଛି।

Leave A Reply

Your email address will not be published.