ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ପଳାଫଳ । ସୋମବାର ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ । ରାଜ୍ୟର ୩୦ ଜିଲ୍ଲାର ୯୩ ସେଣ୍ଟରରେ ହୋଇଥିଲା ପରୀକ୍ଷା । ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ, ବିଭିନ୍ନ ପାଠ୍ୟକ୍ରମରେ ଶୀର୍ଷ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀଙ୍କ ନାମ ତାଲିକା ମଧ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି ।
ଗତ ମେ ୪ରୁ ୧୦ ପର୍ଯ୍ୟନ୍ତ ହୋଇଥିଲା OJEE ପରୀକ୍ଷା । ମୋଟ ୯୨ ହଜାର ୬୨୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ତେବେ ଚଳିତ ମାସ ତୃତୀୟ ସପ୍ତାହରୁ କାଉନସେଲିଂ ଆରମ୍ଭ ହେବ । ପରୀକ୍ଷାର୍ଥୀମାନେ ଅଫିସିଆଲ OJEE ପୋର୍ଟାଲରୁ ନିଜ ନିଜର ସ୍କୋରକାର୍ଡ ଯାଞ୍ଚ ଏବଂ ଡାଉନଲୋଡ କରିପାରିବେ ।
ଓଜେଇଇ ୨୦୨୬ ଏମବିଏରେ ତ୍ରିବିକ୍ରମ ପ୍ରଧାନ ଟପ୍ପର ହୋଇଛନ୍ତି । ସେହିପରି ଏମସିଏରେ ନରେନ ପାତ୍ର, ଏମ.ଫାର୍ମାରେ ଶ୍ୟାମସୁନ୍ଦର ବେହେରା ଟପ୍ପର ହୋଇଛନ୍ତି ।
ପରୀକ୍ଷାର୍ଥୀମାନେ OJEE ର ଅଫିସିଆଲ୍ ୱେବସାଇଟ୍ www.ojee.nic.in ରୁ ନିଜର ର୍ୟାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ ଏବଂ ଆଗାମୀ ଦିନରେ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ କାଉନସେଲିଂ ପ୍ରକ୍ରିୟାରେ ଭାଗ ନେଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।