ମାଲକାନଗିରି: ପୁଣି ସୁରକ୍ଷାକର୍ମୀଙ୍କୁ ସଫଳତା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଦୁର୍ଗମ ଜଙ୍ଗଲରୁ ପୁଣି ଏକ ମାଓ ଡମ୍ପ ଠାବ କରିଛନ୍ତି । ଏଥିରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ମାରଣାସ୍ତ୍ର ଜବତ କରାଯାଇଛି । ମିଳିତ କମ୍ବିଂ ଅପରସେନ୍ରେ ମାଓ ଡମ୍ପ ଠାବ ହୋଇଥିବା ସୂଚନା ।
ପୋଲିସ ଠାରୁ ମିଳିଥିବା ସୂଚନାନୁସାରେ, ସୁକମା ଜିଲ୍ଲାରୁ ଉଦ୍ଧାର କରାଯାଇଥିବା ସାମଗ୍ରୀ ମଧ୍ୟରେ ରହିଛି, ଗୋଟିଏ ଇନସାସ ରାଇଫଲ, ୪୯ଟି ଅଫୁଟା ଗୁଳି, ୧୨ଟି ଏସଏଲଆର ଗୁଳି, ୨୭ଟି ୩୦୩ ଗୁଳି, ୧୬ଟି ଏମଏମ ବନ୍ଧୁକର ଗୁଳି, ୩୦ ମିଟର ବିଦ୍ୟୁତ ତାର, ୩ଟି ଇନସାସ ମେଗାଜିନ, ୬ଟି ବେତାର ସେଲ, ଗୋଟିଏ ଷ୍ଟଲ ଡବା ସହ ବହୁ ସାମଗ୍ରୀ ।
ଏହି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ସାମଗ୍ରୀକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଲୁଚାଇ ରଖିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଅନେକ ସମୟରେ ମାଓବାଦୀଙ୍କର ସମସ୍ତ ଡମ୍ପକୁ ଉଦ୍ଧାରକରାଯାଉଛି । ଯାହା ଫଳରେ ମାଓବାଦୀଙ୍କ ମନୋବଳକୁ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ କରାଯାଉଛି ।