Latest Odisha News

BREAKING NEWS

ଟି୨୦ ମହିଳା ବିଶ୍ୱକପ କ୍ରିକେଟ: ଗ୍ରୁପ ଅଫ ଡେଥରେ ଭାରତ

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ କ୍ରିକେଟ ୧୨ ଜୁନରୁ ଆରମ୍ଭ ହେବ । ଇଂଲଣ୍ଡରେ ଏଥର ଏହି ମେଗା ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଟିମ ଇଣ୍ଡିଆ ଗ୍ରୁପ ଏରେ ସ୍ଥାନ ପାଇଛି । ଏହାକୁ ଗ୍ରୁପ ଅଫ ଡେଥ କୁହାଯାଉଛି । ଭାରତ ବ୍ୟତୀତ ଏହି ଗ୍ରୁପରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ରହିଛନ୍ତି । ଆନ୍ତର୍ଜାତୀୟ ଟି୨୦ରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆର ରେକର୍ଡ ଭଲ ରହିଛି । ବିଶ୍ୱକପ ଜିତିବାକୁ ହେଲେ ଭାରତକୁ ଗ୍ରୁପ ପର୍ଯ୍ୟାୟରୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ଟି୨୦ ବିଶ୍ୱକପର ଏହା ୧୦ମ ସଂସ୍କରଣ ହେବ । ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ୬ ଥର ବିଜୟ ହାସଲ କରିଛି ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରେକର୍ଡ ମଧ୍ୟ ଭଲ ନାହିଁ । ଉଭୟ ଦେଶ ମଧ୍ୟରେ ୩୮ ମ୍ୟାଚ ଖେଳାଯାଇଛି । ଅଷ୍ଟ୍ରେଲିଆ ୨୭ ଓ ଭାରତ ୯ଥର ବିଜୟୀ ହୋଇଛି । ୨ଟି ମ୍ୟାଚର ଫଳାଫଳ ବାହାରି ନାହିଁ । ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ଗତ ୨ଟି ବିଶ୍ୱକପ ସଂସ୍କରଣର ଫାଇନାଲରେ ପ୍ରବେଶ କରିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୪ ମ୍ୟାଚ ଖେଳାଯାଇଛି । ଭାରତ ୧୧ ଓ ଦକ୍ଷିଣ ଆଫ୍ରିକା ୧୦ରେ ବିଜୟୀ ହୋଇଛି । ୩ଟି ମ୍ୟାଚ ଫଳାଫଳ ଶୂନ୍ୟ ରହିଛି । ଦକ୍ଷିଣ ଆଫ୍ରିକାର ବର୍ତମାନ ଫର୍ମ ଭାରତ ପାଇଁ ଚିନ୍ତାର କାରଣ ସାଜିଛି । ଦିନିକିଆ ବିଶ୍ୱକପ ଜିତିବା ପରେ ଦଳର ମନୋବଳ ବୃଦ୍ଧି ପାଇଛି ।

Leave A Reply

Your email address will not be published.