Latest Odisha News

BREAKING NEWS

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଘଟଣାସ୍ଥଳରେ ୬ ମୃତ, ଅନେକ ଆହତ

ମୁମ୍ବାଇ: ଖୁସିର ମୁହୂର୍ତ୍ତ ବଦଳିଲା ଦୁଃଖରେ । ନିର୍ବାନ୍ଧ ପାଇଁ ଯାଉଥିବାବେଳେ, କାର୍ ଏବଂ ଏସଟି ବସ୍ ଧକ୍କା ହେବା ଫଳରେ ଅକାଳରେ ଚାଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ । ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ମଙ୍ଗଳବାର ମହାରାଷ୍ଟ୍ର ଜଳଗାଁ ଜିଲ୍ଲାରେ ଅମଲମେରରୁ ଧୂଲେମାର୍ଗରେ ମଙ୍ଗରୁଲ ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକକୁ ଏବଂ ଏସଟି ବସକୁ ସାମ୍ନାକୁ ଆସୁଥିବା ଏକ କାର ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଛି ।

ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିବା ବେଳେ କାରରେ ଥିବା ୫ ଜଣଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା । ସମସ୍ତ ମୃତକ ଗୁଜରାଟର ବାସିନ୍ଦା ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଦୁର୍ଘଟଣା ବିଷୟରେ ସୂଚନା ପୋଲିସ ଓ ଦମକଳବାହିନୀକୁ ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଆହତ ହୋଇଥିବା ଅନ୍ୟ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.