କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ପୋଲିସକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ଲୁଟ୍ ମାମଲାରେ ୬ ଜଣ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ଗିରଫ କରିଛି ଚମ୍ପୁଆ ପୋଲିସ । ସମସ୍ତ ଡକାୟତଙ୍କୁ ଝାଡ଼ଖଣ୍ଡ ମଝିଗାଁ ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଛି । ଗିରଫ ପରେ ସେମାନଙ୍କୁ ଜେଲକୁ ପଠାଇଦେଇଥିବା ସୂଚନା ଦେଇଛନ୍ତି ଚମ୍ପୁଆ ଆଇଆଇସି ସ୍ୱରୂପ ରଞ୍ଜନ ନାୟକ ।
ଗିରଫ ଆନ୍ତଃରାଜ୍ୟ ଡକାୟତ ମାନେ ହେଲେ ମହମ୍ମଦ ରାହାତ, ମହମ୍ମଦ ଆଜାଦ, ମହମ୍ମଦ ହୋସେନ, ମହମ୍ମଦ ଅମିଉଲା, ମହମ୍ମଦ ସଲିମ ଓ ମହମ୍ମଦ ତାଜିମ । ବିଭିନ୍ନ ଲୁଟ୍ ଓ ଛିନତାଇ ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନାଁରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଅନେକ ଡ଼କାୟତି ମାମଲା ରହିଛି ।
ଏମାନଙ୍କୁ ଗିରଫ କରିବାକୁ ଚମ୍ପୁଆ, ତୁରୁମୁଙ୍ଗା ପୋଲିସ ସହ କେନ୍ଦୁଝର ସ୍ୱତନ୍ତ୍ର ପୋଲିସର ଏକ ଟିମ୍ ଝାଡ଼ଖଣ୍ଡ ମଝିଗାଁ ଅଞ୍ଚଳରେ ମିଳିତ ଭାବେ ଚଢ଼ାଉ କରିଥିଲେ । ଏମାନଙ୍କ ନାମରେ ଚମ୍ପୁଆ ଥାନା କେସ ନଂ୧୬୯/୨୬ରେ ଏକ ମାମଲା ରୁଜୁ କରାଯାଇଛି ।