Latest Odisha News

BREAKING NEWS

ଦୁଇ ସାମ୍ବାଦିକଙ୍କୁ ଦୁର୍ବୁତ୍ତଙ୍କ ଆକ୍ରମଣ, ଏସସିବିକୁ ସ୍ଥାନାନ୍ତରିତ

କଟକ: ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ହେଉଥିଲା ଏବେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ ହେଉଛି। ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣ ଏକ ଗୁରୁତର ଅପରାଧ ଜାଣିବା ସତ୍ତ୍ୱେ ବାରମ୍ବାର ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଆକ୍ରମଣ ହେଉଛି। ଏହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। ଓଡ଼ିଶାରେ ବିଭିନ୍ନ ସମୟରେ ଏଭଳି ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏବେ ପୁଣି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଦୁଇ ଜଣ ସାମ୍ବାଦିକଙ୍କୁ ଦୁର୍ବୁତ୍ତ ଆକ୍ରମଣ କରିଛନ୍ତି। ଏହି ଘଟଣାଟି ମଧୁ ଗଢିଯଙ୍ଗ ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଏକ ଟିଭି ରିପୋର୍ଟର ଏବଂ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରିଛନ୍ତି କିଛି ଦୁର୍ବୁତ୍ତ। ପୃର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଛି ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରିବା ସହିତ ପ୍ରଥମେ ନିଶ୍ଚିନ୍ତ କୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ବର୍ତ୍ତମାନ ଆକ୍ରମଣାତ୍ମକ ଘଟଣା ଖୁବ୍ ସାଧାରଣ ପାଲଟିଗଲାଣି। ଏବେ ସେମିତି କିଛି ଘଟଣା କଟକରେ ଦେଖିବାକୁ ମିଳିଛି। ୨ ଜଣ ସାମ୍ବାଦିକ ଆକ୍ରମଣର ଶିକାର ହେବା ପରେ କଟକ ନିଶ୍ଚିନ୍ତକୋଇଲିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave A Reply

Your email address will not be published.