Latest Odisha News

BREAKING NEWS

Shikar trailer release:”ଶିକାର”ର ଟ୍ରେଲର ରିଲିଜ;ରଜରେ କ୍ରାଇମ-ଥ୍ରୀଲର- ଆକ୍ସନକୁ ନେଇ ଆସୁଛି…

ଭୁବନେଶ୍ୱର:ରଜରେ ବଡ଼ ପରଦାରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ “ଶିକାର” । ଏବେ ଏହାର ଟ୍ରେଲର ରିଲିଜ୍ ହୋଇଛି । ଭୁବନେଶ୍ୱର ପ୍ରେସ କ୍ଲବ ଠାରେ କ୍ରାଇମ, ଆକ୍ସନ, ଥ୍ରୀଲରରେ ଭରା ଓଡ଼ିଆ ଚଳଚ୍ଚିତ୍ର ଶିକାରର ଟ୍ରେଲର ରିଲିଜ୍ ହୋଇଛି । ଚଳଚ୍ଚିତ୍ରର ଟ୍ରେଲର ରିଲିଜରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ନିର୍ଦ୍ଦେଶକ ମୃତ୍ୟଞ୍ଜୟ ସାହୁ, କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ଗୀତିକାର ପ୍ରିୟବ୍ରତ ପଣ୍ଡା, ମୁଖ୍ୟ ଅଭିନେତା ଅମ୍ଲାନ ଦାସ, ଏଲିନା ସାମନ୍ତରାୟ, ଅଙ୍କିତ ପ୍ରମୁଖ ଉପସ୍ଥିତ ଥିଲେ ।

 


ଭରପୁର ମନୋରଞ୍ଜନକୁ ନେଇ ଆସୁଥିବା ନିର୍ଦ୍ଦେଶକ ମୃତ୍ୟଞ୍ଜୟ ସାହୁଙ୍କ ଏହି ଚଳଚ୍ଚିତ୍ର ରଜରେ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିବ ଆଉ ଶେଷ ଯାଏ ବାନ୍ଧି ରଖିବା ବୋଲି କହିଛନ୍ତି ଅମ୍ଲାନ । ସେହିପରି ଏଲିନା କହିଛନ୍ତି, ଓକିଲ ଚରିତ୍ରରେ ଆସୁଥିବାରୁ ବେଶ ଖୁସି । ନୂଆ ଚରିତ୍ର ଚ୍ୟାଲେଞ୍ଜିଂ ଥିଲା ସତ କିନ୍ତୁ ମୁଁ ମୋ ଚରିତ୍ର ଭଲ କରିବାକୁ ଚେଷ୍ଟା କରିଛି ତେଣୁ ଚଳଚ୍ଚିତ୍ରଟି ସମସ୍ତଙ୍କୁ ଭଲ ଲାଗିବ ବୋଲି ମୋର ଆଶା ।

‘ଶିକାର’ ବିଷୟରେ କହିବାକୁ ଗଲେ, ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ । ମୁନ୍ ଟିଭି ମୁଭିଜ୍ ବ୍ୟାନରରେ ପ୍ରସ୍ତୁତ ସଚ୍ଚିକାନ୍ତ ଜେନାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର “ଶିକାର” ପ୍ରତି ବର୍ଗର ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି ।

Leave A Reply

Your email address will not be published.