Latest Odisha News

BREAKING NEWS

ମଧ୍ଯପ୍ରାଚ୍ୟରେ ଉତ୍ତେଜନା, ହିଜବୁଲା ଉପରେ ଆକ୍ରମଣ କଲା ଇସ୍ରାଏଲ

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଘୋଷଣା କରିଛନ୍ତି ଯେ ଏହି ଚୁକ୍ତି ରବିବାର ଚୂଡ଼ାନ୍ତ ହେବ। ତଥାପି ଇସ୍ରାଏଲ ରବିବାର ଲେବାନନର ରାଜଧାନୀ ବେରୁତର ଦହିୟା ଅଞ୍ଚଳରେ ଏକ ବଡ଼ ଆକ୍ରମଣ କରିଥିଲା।

ଏହି ଆକ୍ରମଣରେ ତିନି ଜଣ ପ୍ରାଣ ହରାଇଥିଲେ ଏବଂ ୧୫ ଜଣ ଆହତ ହୋଇଥିଲେ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜେ ସୋସିଆଲ ମିଡିଆରେ କହିଛନ୍ତି, “ଆମେ ବେରୁତର ଦହିୟା ଅଞ୍ଚଳରେ ହିଜବୋଲା ଉପରେ ଆକ୍ରମଣ କରିଥିଲୁ। ଇସ୍ରାଏଲ ତା’ର ମାଟିରେ ଆକ୍ରମଣକୁ ସହ୍ୟ କରିବ ନାହିଁ।

ଗୋଟିଏ ସପ୍ତାହ ପୂର୍ବରୁ ଇସ୍ରାଏଲ ବେରୁତର ସମାନ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା। ସେହି ଆକ୍ରମଣର ଜବାବରେ, ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହି ଧାରା ଜାରି ରହିଛି।

 

Leave A Reply

Your email address will not be published.