Latest Odisha News

BREAKING NEWS

ସୁପର ଓଭରରେ ଭାରତ ଏକୁ ହରାଇଲା ଶ୍ରୀଲଙ୍କା ଏ

ଦାମ୍ବୁଲା: ଏଠାରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶ୍ରୀଲଙ୍କା ଏ ସୁପର ଓଭରରେ ଭାରତ ଏକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୪୯.୨ ଓଭରରେ ୨୬୫ ରନ କରି ଅଲଆଉଟ ହୋଇ ଯାଇଥିଲା । ସୂର୍ଯ୍ୟାଶ ଶେଜ ୭୨ ଓ ବିପ୍ରଜ ନିଗମ ୫୧ ରନର ଇନିଂସ ଖେଳିଥିଲେ । ମହମ୍ମଦ ସିରାଜ ଓ ବିଜୟକାନ୍ତ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଶ୍ରୀଲଙ୍କା ୫୦ ଓଭରରେ ୯ ୱିକେଟ ବିନିମୟରେ ୨୬୫ ରନ କରିବା ଯୋଗୁ ମ୍ୟାଚ ଟାଇ ରହିଥିଲା । ସଦୀରା ସମରବିକ୍ରମ ୯୩ ରନ କରିଥିଲେ । ଭାରତ ତରଫରୁ ଆୟୂଷ ବଦାନୀ ୨ଟି ୱିକେଟ ନେଇଥିଲେ । ଫଳାଫଳ ପାଇଁ ସୁପର ଓଭରର ସହାୟତା ନିଆଯାଇଥିଲା ।

ଶ୍ରୀଲଙ୍କା ଏ ପ୍ରଥମେ ବ୍ୟାଟିଂ କରି ୧୬ ରନ କରିଥିଲା । ଭାରତ ଏ ବିଜୟ ପାଇଁ ୧୭ ରନ ଆବଶ୍ୟକ କରୁଥିଲେ ମଧ୍ୟ ୯ ରନ କରିବାକୁ ସକ୍ଷମ ହୋଇଥିଲେ । ଏହି ପରାଜୟ ଯୋଗୁ ଭାରତ ଏ ଏବେ ତ୍ରିରାଷ୍ଟ୍ରୀୟ ସିରିଜର ଫାଇନାଲରେ ପ୍ରବେଶ କରିବା ପାଇଁ ସଂଘର୍ଷ କରିବାକୁ ପଡିବ । ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ ବାକ୍ୟ ବିନିମୟ ଦେଖିବାକୁ ମିଳିଥିଲା । ମ୍ୟାଚ ପରେ ବୈଭବ ଶ୍ରୀଲଙ୍କା ଏ ଖେଳାଳିଙ୍କ ସହ ମୁହାମୁହିଁ ହୋଇଥିଲେ । ସେହିପରି ତିଳକ ବର୍ମା ଅମ୍ପାୟରଙ୍କ ସହ ଦୀର୍ଘ ସମୟ ଯୁକ୍ତି କରିଥିଲେ ।

Leave A Reply

Your email address will not be published.