Latest Odisha News

BREAKING NEWS

ଫିଫା ବିଶ୍ୱକପ: ସବୁଠାରେ ଜାପାନ ପ୍ରଶଂସକଙ୍କୁ ପ୍ରଶଂସା

ନୂଆଦିଲ୍ଲୀ: ଫିଫା ବିଶ୍ୱକପର ରୋମାଂଚ ଧୀରେ ଧୀରେ ଭରିବାରେ ଲାଗିଛି । ଅର୍ଲିଂଟନରେ ଖେଳାଯାଇଥିବା ମୁକାବିଲାରେ ଶକ୍ତିଶାଳୀ ନେଦରଲାଣ୍ଡ ବିପକ୍ଷରେ ଜାପାନ ୨-୨ରେ ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି । ଜାପାନ ପାଇଁ ଏହି ମ୍ୟାଚ ବିଜୟ ସଦୃଶ ଥିଲା । ତେବେ ମ୍ୟାଚ ପରେ ଜାପାନୀ ପ୍ରଶଂସକମାନେ ଏ ଭଳି କାର୍ଯ୍ୟ କଲେ ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ପ୍ରଶଂସକମାନେ ଷ୍ଟାଡିୟମକୁ ସଫା କରୁଥିବା ଦେଖିବାକୁ ମିଳିଥିଲା । ସେମାନେ ନିଜ ହାତରେ ମଇଳା ଉଠାଉଥିଲେ । ଫିଫା ସେମାନଙ୍କ ଏହି କାର୍ଯ୍ୟକୁ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରିଛି ।

ଜଣେ ଜାପାନୀ ପ୍ରଶଂସକ କହିଥିଲେ ଆମେ ଫୁଟବଲର ରୋମାଂଚକୁ ଭଲ ପାଉ । ଆଉ ଏଥିରେ ସାକ୍ଷୀ ରହୁଥିବା ଷ୍ଟାଡିୟମକୁ ସଫା କରିବା ଆମର କର୍ତବ୍ୟ । ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧର ୫୦ତମ ମିନିଟରେ ର‌୍ୟାନ ଗ୍ରୋବେନବେଖ ନେଦରଲାଣ୍ଡ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ । ୫୭ତମ ମିନିଟରେ ନାକାମୁରା ଗୋଲ ସ୍କୋର କରି ମ୍ୟାଚକୁ ୧-୧ ସମାନ ସ୍ଥିତିକୁ ଆଣି ଦେଇଥିଲେ । ୬୪ତମ ମିନିଟରେ ସମରୱିଲା ଗୋଲ ସ୍କୋର କରି ନେଦରଲାଣ୍ଡକୁ ୨-୧ରେ ଅଗ୍ରଣୀ କରାଇଥିଲେ । ୮୮ତମ ମିନିଟରେ ଟାଇଜି କାମଦା ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ ।

Leave A Reply

Your email address will not be published.