Latest Odisha News

BREAKING NEWS

ଓପନର ଭାବେ ଭାରତ ପକ୍ଷରୁ ରୋହିତ କରିପାରନ୍ତି ଏହି ରେକର୍ଡ

ଲକ୍ଷ୍ନୌ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ଏହି ମ୍ୟାଚକୁ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି । ଟିମ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ନିକଟରେ ଏହି ମ୍ୟାଚରେ ଏକ ବଡ ରେକର୍ଡ କରିବା ସୁଯୋଗ ରହିଛି । ରୋହିତ ଦ୍ୱିତୀୟ ଦିନିକିଆରେ ୧୦ ରନ କଲେ ଓପନର ଭାବେ ଭାରତ ପକ୍ଷରୁ ସର୍ବାଧିକ ଆନ୍ତର୍ଜାତୀୟ ରନ ସଂଗ୍ରହ କରିବା ଗୌରବ ଅର୍ଜନ କରିବେ ।

ଏହି ରେକର୍ଡ ଏବେ ବୀରେନ୍ଦ୍ର ସେହ୍ୱାଗଙ୍କ ନାମରେ ରହିଛି । ସେ ୩୩୨ ମ୍ୟାଚରେ ୧୬୧୧୯ ରନ କରିଛନ୍ତି । ରୋହିତ ୩୫୯ ମ୍ୟାଚରେ ୧୬୦୧୦ ରନ ସଂଗ୍ରହ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତୃତୀୟ ସ୍ଥାନରେ ରହିଛନ୍ତି । ସେ ଓପନର ଭାବେ ୩୪୬ ମ୍ୟାଚରେ ୧୫୩୩୫ ରନ କରିଛନ୍ତି । ସୁନୀଲ ଗାଭାସ୍କର(୧୨୨୫୮) ଓ ଶିଖର ଧାୱନ(୧୦୮୬୭) ଯଥାକ୍ରମେ ଚତୁର୍ଥ ଓ ୫ମ ସ୍ଥାନରେ ରହିଛନ୍ତି । ପ୍ରଥମ ମ୍ୟାଚରେ ରୋହିତ ୧୬ ବଲରେ ୧୬ ରନ ସଂଗ୍ରହ କରିଥିଲେ । ଶୁଭମନ ଗିଲ ୮୪ ରନର ଇନିଂସ ଖେଳି ଭାରତ ବିଜୟରେ ମୂଖ୍ୟ ନାୟକ ସାଜିଥିଲେ ।

Leave A Reply

Your email address will not be published.