ପୁରୀ:ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି । ଟଙ୍କା ରଖିବା ପାଇଁ ବ୍ୟାଙ୍କମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯିବ । ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବେ ସେଠି ଟଙ୍କା ଜମା କରାଯିବ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।
ଯେଉଁ ବ୍ୟାଙ୍କ ସର୍ବାଧବକ ସୁଧ ଦେବ ତା ପାଖରେ ୫୦% ଅର୍ଥ ଜମା ରହିବ । ଏହାପରେ ତା ତଳକୁ ସୁଧ ପ୍ରସ୍ତାବ ଦେଇଥିବା ଅନ୍ୟ ୨ଟି ବ୍ୟାଙ୍କକୁ ଟଙ୍କା ଜମା ପାଇଁ ପ୍ରସ୍ତାବ ଦିଆଯିବ । ଉକ୍ତ ୨ ବ୍ୟାଙ୍କ ପ୍ରଥମ ବ୍ୟାଙ୍କ ଭଳି ସୁଧ ଦେଲେ ସେଠି ମଧ୍ୟ ଟଙ୍କା ରଖାଯିବ । ଗୋଟିଏ ବ୍ୟାଙ୍କରେ ନରଖି ୨ରୁ ୩ଟି ଜାତୀୟକରଣ ବ୍ୟଙ୍କରେ ଟଙ୍କା ରଖାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପରିଚାଳନା କମିଟି ବୈଠକ ବସିଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସ୍ଆଇ ଅଧିକାରୀ ଏବଂ ବିିଭିନ୍ନ ନିଯୋଗର ପରିଚାଳନା କମିଟି ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।
BREAKING NEWS
- ବେଆଇନ ପଥର ଗାଡ଼ି ଧରିବାକୁ ଯାଇ ମାଡ଼ ଖାଇଲେ ଦୁଇ କନିଷ୍ଠ ଖଣି ଅଧିକାରୀ
- ଭାରତ-ରୁଷ ଘନିଷ୍ଠତା ପାଇଁ ପୁଟିନ ନୁହେଁ, ଟ୍ରମ୍ପ ଦାୟୀ!
- ଦୁର୍ଘଟଣାରେ ଗର୍ଭବତୀ ପତ୍ନୀ ଓ ସ୍ବାମୀ ମୃତ…
- ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ଅପପ୍ରଚାର, ଏଫ୍ଆଇଆର୍ ରୁଜୁ…
- ଏଏନଏମ ପରୀକ୍ଷା ବାତିଲ; ବର୍ଷିଲେ ନବୀନ
- T20 Match Ticket: ବାରବାଟୀ ଟିକେଟ ବିକ୍ରି ଶେଷ, ଦିନକରେ ସରିଗଲା ୧୦ ହଜାର ଟିକେଟ୍
- MKBY; ଝିଅ ବାହାଘର ପାଇଁ ଆଉ ନାହିଁ ଚିନ୍ତା, ଟାଙ୍କା ସହ ଉପହାର ଦେବେ ମୁଖ୍ୟମନ୍ତ୍ରୀ
- Odisha Winter: ରାଜ୍ୟରେ ହାଡ଼ଭଙ୍ଗା ଶୀତ: ୨ ଡିଗ୍ରୀ ସେଲସିୟସକୁ ଖସିଲା ପାରଦ
- ଇଣ୍ଡିଗୋ ସଙ୍କଟ: ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି
- ଇଣ୍ଡିଗୋ ସଙ୍କଟ ମଧ୍ୟରେ ରେଳବାଇର ବଡ଼ ଘୋଷଣା; ୩୭ ଟ୍ରେନରେ ଯୋଡାଗଲା ୧୧୬ କୋଚ୍
Comments are closed.