ଦିଲ୍ଲୀ : ଦିଲ୍ଲୀ ରାମଲୀଲା ମୈଦାନରେ ‘ଚଲ୍ଲୋ ଦିଲ୍ଲୀ’ ମହାରାଲି । କେବଳ କଂଗ୍ରେସ କି ଇଣ୍ଡିଆ ମେଂଟର ନୁହେଁ ଦେଶର ଗଣତନ୍ତ୍ରକୁ ବଂଚାଇବାକୁ ଚାହୁଁଥିବା ସବୁ ଜନସାଧାରଣଙ୍କର ଏ ହେଉଛି ମହାରୋସର ରାଲି । ଆଗାମୀ ପୀଢିଙ୍କୁ ଆମ ଗଣତନ୍ତ୍ରର ସୁରକ୍ଷା ଓ ଗଣତନ୍ତ୍ରକୁ ବଂଚାଇ ରଖିବାର ଲକ୍ଷ ନେଇ ଇଣ୍ଡିଆ ମେଂଟର ଏ ବିଶାଳ ରାଲି । କେବଳ ସେତିକି ନୁହେଁ ବିଜେପିର ଭୋଟ୍ ଚୋରୀକୁ କ୍ୟାମ୍ପେନ୍ କରି ଜୋରଦାର କରିବାକୁ ରାମଲିଲା ମୈଦାନରେ ଏକାଠି ହୋଇଛି ଇଣ୍ଡିଆ ମେଂଟ । । ସିଇସି ଜ୍ଞାନେଶ କୁମାରଙ୍କ ମହା ଦୁର୍ନୀତି ପଦାରେ ପଡିବା ପରେ ତାଙ୍କୁ କିପରି ପଦରୁ ହଟାଯିବ ସେଇ ପ୍ରତିବାଦର ସ୍ୱର ଆଜି ଦ୍ଲଲୀରେ ଗୁଂଜରିତ ହେଉଛି । ଦେଶରେ ଏସଆଇଆର ର୍କ୍ିୟାରେ ୧୩.୨ କୋଟି ଭୋଟର ବାଦ୍ ପଡିଛନ୍ତି । ସେମାନଙ୍କ ପାଇଁ ଏହି ରାଲି ଉତ୍ସଗୀ ର୍କୃତ । ଲୋକଙ୍କ ସାମ୍ନାରେ ନିର୍ବାଚନ କମିଶନର ସତ ଖୁଲାସା କରିବାକୁ ଇଣ୍ଡିଆ ମେଂଟର ଏହି ମହାରାଲି । ଜ୍ଞାନେଶ କୁମାର ତୁରନ୍ତ ପଦରୁ ଇସ୍ତଫା ଦେବା ଦାବିରେ ରାହୁଲଙ୍କ ମହାରାଲିର ଉଦ୍ଦେଶ୍ୟ । ନିଜ ଭୋଟ୍ ସୁରକ୍ଷିତ ରଖ, ନିଜ ଦେଶ ସୁରକ୍ଷିତ ରଖିବାର ନାରା ଦେଇ ଚଲୋ ଦିଲ୍ଲୀ ସ୍ଲୋଗାନରେ ଦିଲ୍ଲୀକୁ ଆଗେଇ ଆସିଛନ୍ତି ହଜାର ହଜାର ଲୋକ ।
ରାମଲିଲା ମୈଦାନ ଏବେ ଜନସମୁଦ୍ର । ଷ୍ଟୁଡେଂଟ ଫେଡେରେସନ ଅଫ ଇଣ୍ଡିଆ ବା ଏସଏଇଆଇ ଏହି ରାଲିକୁ ଖୁବ୍ ପ୍ରଚାର କରିବା ସହ ରାଲିରେ ସାମିଲ ହୋଇଛି । ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ୬ଦଫା ଦାବି ନେଇ ଏହି ରାଲି କରାଯାଉଛି । ଏହି ରାଲି ରାମଲିଳା ମୈଦାନରେ ଏକାଠି ହୋଇ ଜବାହାରଲାଲ ନେହରୁ ମାର୍ଗ ଦେଇ ମିଂଟୋ ରୋଡ୍ ହୋଇ କନ୍ନଟ ପ୍ଲେସ ଯାଏ ହେବ । ରାଲିରେ ସାମିଲ ହେବାକୁ ସକାଳ ସାଢେ ୫ଟାରୁ ଦିଲ୍ଲୀ ଆଡକୁ ଛୁଟିଥିଲା ଲୋକଙ୍କ ଭିଡ । ୧୨ଟାରେ ରାଲି ଆରମ୍ଭ ହେବା ବେଳକୁ ହଜାର ହଜାର ସମର୍ଥକ ଏକାଠି ହୋଇଥିବା ଦେଖିବାକୁ ମିଲିଥିଲା ସମାଜବାଦି ପାଟି ର୍ ମୁଖ୍ୟ ଅଖିଲେଶ ଯାଦବ, ଅଶୋକ ଗେହଲଟ୍ ପହଂଚିଛନ୍ତି । ଏହା ଯୁଦ୍ଧ ପୂର୍ବର ନିରବତା ବୋଲି କହିଛନ୍ତି ଅନେକ କଂଗ୍ରେସ ନେତା । ଦେଶର ଭୋଟ୍ ଚୋରି, ଏସଆଇଆରରେ ଦୁର୍ନୀତି ଡବଲ ଇଂଜିନ ସରକାରକୁ ଡବଲ ଜିରୋରେ ପରିଣତ କରିଦେଇଥିବା କହିଛି କଂଗ୍ରେସ । ଅନ୍ୟାୟର ସୀମା ପାର୍ ହୋଇଗଲାଣି ବୋଲି କହିଛନ୍ତି ଅଖିଲେସ ।
ଏହି ମହାରାଲି ପାଇଁ ଦିଲ୍ଲୀ-ଗୁରଗ୍ରାମ ସୀମାରେ ହାଇ ଆଲର୍ଟ ଜାରି ହୋଇଛି । ବିଏସଏଫ୍ ଯବାନ ନିୟୋଜିତ ହୋଇଛନ୍ତି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକ ସ୍ଥାନରେ ଭାରି ଭରକମ ବ୍ୟାରିକେଟ୍ ଲାଗିଛି । ସନ୍ଦିଗ୍ଧ ଗାଡିକୁ ତନତନ କରି ଯାଂଚ ହୋଇଛି । ରାମଲିଲା ମୈଦନା ଆଖପାଖରେ ଭାରି ଯାନ ପଶିବା ଉପରେ ରୋକ୍ ଲଗା ଯାଇଛି । ମିଂଟୋ ରୋଡ୍ ଟ୍ରାଫିକ୍ ନିୟମ କଡା କରାଯାଇଛି ।
