Latest Odisha News

BREAKING NEWS

ଲାଞ୍ଚ ନେଇ ASI ରାଜେଶ କୁଲ୍ଲୁ ଚାକିରିରୁ ବିଦା, ଦୁଇ ହୋମଗାର୍ଡଙ୍କୁ…

ଭୁବନେଶ୍ବର: ଏକ ଲାଞ୍ଚ ମାମଲାରେ ସମ୍ପୃକ୍ତି ଅଭିଯୋଗରେ କମିଶନରେଟ୍ ପୋଲିସ ଏଏସଆଇ ରାଜେଶ କୁଲ୍ଲୁଙ୍କୁ ତୁରନ୍ତ ପ୍ରଭାବରେ ଚାକିରିରୁ ବହିଷ୍କାର କରିଛି।

ଜଣେ ଅଭିଯୁକ୍ତଙ୍କଠାରୁ ମୋବାଇଲ୍ ଫୋନ୍ ମୁକ୍ତ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଏଏସଆଇ ରାଜେଶ କୁଲୁଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ଭାରତୀୟ ସମ୍ବିଧାନର ଧାରା 311(2)(b) ର ବ୍ୟବସ୍ଥା ଅନୁଯାୟୀ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଏହା ସହିତ ଏହି ମାମଲାରେ ଜଡିତ ଦୁଇ ଜଣ ହୋମଗାର୍ଡ – ଏଚ୍ ଜି ଜ୍ୟୋତିରଞ୍ଜନ ବେହେରା ଏବଂ ଏଚ୍ ଜି ଅବଦୁଲ ସରଫରାଜ ଖାନ -ଙ୍କୁ ହୋମଗାର୍ଡ ସଂଗଠନରୁ ସେମାନଙ୍କର ସେବା ସମାପ୍ତ କରିବା ପାଇଁ ଗୋଟିଏ ମାସର ନୋଟିସ୍ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଏଏସଆଇ ଜବତ ମୋବାଇଲ୍ ଫୋନ୍ ଫେରାଇବା ଏବଂ ଏକ ଫୌଜଦାରୀ ମାମଲାରେ ସାହାଯ୍ୟ କରିବା ପାଇଁ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି। ଏଏସଆଇ ପୂର୍ବରୁ ଜୁନ୍ ୧୨ ତାରିଖରେ ଜଣେ ଅଭିଯୋଗକାରୀଙ୍କଠାରୁ ୩୦,୦୦୦ ଟଙ୍କା ନେଇଥିଲେ ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଫେରାଇ ଦେଇଥିଲେ। ବୁଧବାର ଦିନ ଯେତେବେଳେ ଅଭିଯୋଗକାରୀ ଦ୍ୱିତୀୟ ଫୋନ୍ ପାଇଁ ତାଙ୍କ ପାଖକୁ ଯାଇଥିଲେ, ସେତେବେଳେ ଏଏସଆଇ ଅତିରିକ୍ତ ୨୦,୦୦୦ ଟଙ୍କା ଦାବି କରିଥିଲେ ଏବଂ ଅଭିଯୋଗକାରୀଙ୍କୁ ଉକ୍ତ ଟଙ୍କା ଜ୍ୟୋତି ରଞ୍ଜନଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଯାହାପରେ ସେ ଘଟଣା ସମ୍ପର୍କରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏକ ଭିଜିଲାନ୍ସ ଦଳ ପୂର୍ବ ଯୋଜନା ମୁତାବକ ଜାଲ ବିଛାଇ ଉଭୟ ଅଭିଯୁକ୍ତଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଧରିଥିଲେ। ଅଭିଯୁକ୍ତଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।

Leave A Reply

Your email address will not be published.