Latest Odisha News

BREAKING NEWS

SIR କାର୍ଯ୍ୟରେ ଅବହେଳା ଅଭିଯୋଗ: ଦୁଇ ଶିକ୍ଷକ ନିଲମ୍ବିତ

ବୌଦ୍ଧ: ରାଜ୍ୟରେ ବର୍ତ୍ତମାନ ଏସଆଇଆର କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ବିଶେଷ ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଜାରି ରହିଛି । କର୍ତ୍ତବ୍ୟରେ ଅବହେଳା ଓ କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ଅଭିଯୋଗରେ ଦୁଇ ଶିକ୍ଷକ ତଥା ବୁଥ୍ ଲେଭେଲ ଅଫିସର (ବିଏଲ୍ଓ)ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ନିଲମ୍ବିତ ଦୁଇ ଅଧିକାରୀ ହେଲେ ୮୬-ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଣ୍ଡିସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବୀରେନ୍ଦ୍ର ବେହେରା ଓ ଖରଭୂଇଁ ଉଚ୍ଚ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ଶିବ ଚନ୍ଦ୍ର ଗାଆଣ ।

ସୂଚନା ଅନୁଯାୟୀ, ଉଭୟ ଅଧିକାରୀଙ୍କୁ ୧୭୬-ଗଣ୍ଡିସର ଏବଂ ୧୬୯-ଖରଭୁଇଁ ମତଦାନ କେନ୍ଦ୍ରର ବୁଥ୍ ଲେଭେଲ୍ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା । ବାରମ୍ୱାର ନିର୍ଦ୍ଦେଶ ସତ୍ତ୍ୱେ ସେମାନେ ଅନୁପସ୍ଥିତ ରହିଥିଲେ । ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ସେମାନଙ୍କ ଅନୁପସ୍ଥିତି ଚିହ୍ନଟ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଉଭୟଙ୍କୁ ତୁରନ୍ତ ନିଲମ୍ୱନ କରିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଆଦେଶ ଦେଇଛନ୍ତି ।

Leave A Reply

Your email address will not be published.