Latest Odisha News

BREAKING NEWS

ଦୂର ହେଲା ଶ୍ରୀମନ୍ଦିର ଚୁନରା ଓ ଦଇତାପତି ସେବକଙ୍କ ପାଉଣା ମତଭେଦ

ପୁରୀ: ତୁଟିଲା ହେଲା ଶ୍ରୀମନ୍ଦିର ଚୁନରା ଓ ଦଇତାପତି ସେବକଙ୍କ ପାଉଣା ମତଭେଦ । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଉଭୟ ନିଯୋଗ ମଧ୍ୟରେ ପାଉଣାକୁ ନେଇ ଥିବା ମତଭେଦ ଦୂର ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉଭୟ ନୀତିରେ ଶୃଙ୍ଖଳା ରକ୍ଷା ସହ ସଠିକ୍ ସମୟରେ ନୀତି ତ୍ଵରାନ୍ଵିତ କରିବାକୁ ନେଇ ସମ୍ମତି ପ୍ରକାଶ କରିଛନ୍ତି ।

ସେପଟେ ରଥଯାତ୍ରା ସମ୍ପର୍କରେ ଦଇତାପତି ମାନେ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରରେ ରଥ ଲାଗିବା ପରେ ପହୁଡ ନୀତି ପାଇଁ ଆଗୁଆ ସମୟ ନିର୍ଦ୍ଧାରିତ ହେବ । ପହୁଡ଼ ପାଇଁ ସୂଚନା ଆଗୁଆ ଘୋଷଣା ହେବ । ପହୁଡ଼ ହେବା ଓ ପହୁଡ ଖୋଲିବା ସମୟ ଲୋକଙ୍କୁ ଆଗୁଆ ସୂଚାଇ ଦିଆଯିବ ବା ଘୋଷଣା କରାଯିବ ।

ସେପଟେ ପଞ୍ଚକୋଷୀରୁ ଆସୁଥିବା ହଜାର ହଜାର ଲୋକଙ୍କ ପାଇଁ ମନ୍ଦିର ଅଫିସ, ସୂଚନା କେନ୍ଦ୍ର, ସର୍କିଟ ହାଉସ୍, ଭକ୍ତ ନିବାସ ଇତ୍ୟାଦିରେ ଟିକେଟ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ । ଯାହାଫଳରେ ଗୁଣ୍ଡିଚା ମନ୍ଦିର ଭିତରେ ଦୁଇଟି ଲାଇନ୍ ରେ ବ୍ୟବସ୍ଥିତ ଭାବରେ ଦର୍ଶନ ସହ ଉଭୟ ଉଭୟ ଟିକେଟ ଓ ସାଧାରଣ ଦର୍ଶନକୁ ସହଜ ହେବ କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ । ନୀତି ସମନ୍ଵୟ ସହ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ଵ ଦିଆଯାଇଛି । ସେପଟେ ଆସନ୍ତା ୨୩ ତାରିଖ ସମନ୍ଵୟ ବୈଠକ ରହିଛି ।

Leave A Reply

Your email address will not be published.