Latest Odisha News

BREAKING NEWS

୩୯ ବର୍ଷରେ ମା’ ହେବେ ସାମନ୍ଥା ରୁଥ୍ ପ୍ରଭୁ!

ନୂଆଦିଲ୍ଲୀ: ସାମନ୍ଥା ରୁଥ୍ ପ୍ରଭୁ ଡିସେମ୍ବର ୧, ୨୦୨୫ରେ ରାଜ ନିଦିମୋରୁଙ୍କୁ ବିବାହ କରିଥିଲେ। ସେମାନେ କୋଏମ୍ବାଟୁରର ଇଶା ଯୋଗ କେନ୍ଦ୍ରରେ ଥିବା ଲିଙ୍ଗ ଭୈରବୀ ମନ୍ଦିରରେ ଗୁପ୍ତ ଭାବରେ ବିବାହ କରିଥିଲେ। ଏହି ଦମ୍ପତିଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ତାଙ୍କ ବେବି ବମ୍ପ ଦେଖାଯାଉଛି। ଯାହା ଫଳରେ ଅନୁମାନ କରାଯାଉଛି ଯେ ଅଭିନେତ୍ରୀ ସେମାନଙ୍କ ବିବାହର ଛଅ ମାସ ପରେ ଗର୍ଭବତୀ ଅଛନ୍ତି।

ଏହି ଭାଇରାଲ ଭିଡିଓରେ ସେ ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁଙ୍କ ସହିତ ତାଙ୍କର ସଦ୍ୟ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ମା ଇନ୍ତି ବାଙ୍ଗାରାମ”ର ସଫଳତା ପାଳନ କରୁଥିବାର ଦେଖାଯାଉଛି। ଚଳଚ୍ଚିତ୍ରଟି ଜୁନ୍ ୧୯ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିଲା।

ଭିଡିଓରେ ସାମନ୍ଥା ଏକ ଫିଟ୍ ଧଳା ଗୋଲ-ନେକ ଟି-ସାର୍ଟ ପିନ୍ଧି କେକ୍ କାଟୁଥିବାର ଦେଖାଯାଉଛି। ଭିଡିଓରେ ସାମନ୍ଥାଙ୍କ ବେବି ବମ୍ପ ସ୍ପଷ୍ଟ ଭାବରେ ଦେଖାଯାଉଛି। ତଥାପି ତାଙ୍କ ଗର୍ଭଧାରଣ ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।

ଉଲ୍ଲେଖଯୋଗ୍ୟ, ସାମନ୍ଥା ରୁଥ୍ ପ୍ରଭୁଙ୍କ ବିବାହରେ କେବଳ ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ। ସାମନ୍ଥା ପୂର୍ବରୁ ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। ଅଭିନେତ୍ରୀଙ୍କ ଫିଲ୍ମ କ୍ୟାରିୟର ବିଷୟରେ କହିବାକୁ ଗଲେ ସାମନ୍ଥା ରୁଥ୍ ପ୍ରଭୁ ବର୍ତ୍ତମାନ ତାଙ୍କ ଫିଲ୍ମ “ମା ଇନତି ବଙ୍ଗାରମ୍” ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଆକ୍ସନ୍-କମେଡି ପାରିବାରିକ ଡ୍ରାମା ଫିଲ୍ମଟି ବି.ଭି. ନନ୍ଦିନୀ ରେଡ୍ଡୀ ନିର୍ଦ୍ଦେଶିତ। ଏହି ଫିଲ୍ମଟି ସମ୍ପ୍ରତି ୧୯ ଜୁନ୍ ୨୦୨୬ରେ ସାରା ବିଶ୍ୱରେ ସିନେମା ହଲରେ ମୁକ୍ତିଲାଭ କରିଥିଲା।

Leave A Reply

Your email address will not be published.