No TV, No Phones : ଭଲ ମା’ ହୋଇଛନ୍ତି ଅଭିନେତ୍ରୀ ଆସିନ ଥୋଟୁକମଲ୍
ଝିଅକୁ ଦେଉନାହାନ୍ତି ଫୋନ୍, ଦେଖାଉନାହାନ୍ତି ଟିଭି
ବ୍ୟୁରୋ: ଆଜିର ସମୟରେ ଯେଉଁଠି ଛୋଟପିଲା ମୋବାଇଲ ନଦେଖିଲେ ଅଝଟ କରୁଛନ୍ତି ସେଠି ନିଜ ଝିଅକୁ ଫୋନ୍ ଓ ଟିଭିରୁ ଦୂରେଇ ରଖି ଉଦାହରଣ ସାଜିଛନ୍ତି ଅଭିନେତ୍ରୀ ଆସିନ୍ ଥୋଟୁକମଲ୍ । ମାଇକ୍ରୋମାକ୍ସ ସହ ପ୍ରତିଷ୍ଠାତା ରାହୁଲ ଶର୍ମା ଓ ପତ୍ନୀ ତଥା ଅଭିନେତ୍ରୀ ଆସିନ୍ ସାଜିଛନ୍ତି ଭଲ ବାପା-ମା । ନିଜ ୮ବର୍ଷର ଝିଅ ଆରିନ୍ ରେୟନ ଶର୍ମାଙ୍କୁ ସ୍କ୍ରିନ -ଫ୍ରି ଲାଇଫ୍ ଦେଉଛନ୍ତି ଉଭୟ । ଏମିତିକି ତାଙ୍କ ଘରେ ଟିଭି ନାହିଁ, ଏବଂ ଝିଅ ଆରିନଙ୍କୁ ମୋବାଇଲ ଆକ୍ସେସ ଦିଆଯାଇନି ବୋଲି କହିଛନ୍ତି ରାହୁଲ । ପିଲାବେଳୁ ହିଁ ବହିକୁ ଶାନ୍ତିର କେନ୍ଦ୍ରବିନ୍ଦୁ ବୋଲି ଆରିନକୁ ଶିଖାଇଛନ୍ତି ଆସିନ ଓ ରାହୁଲ । ପିଲାବେଳୁ ହିଁ ଝିଅର ବହି ସହ ଭଲ ସମ୍ପର୍କ ଗଢିଛନ୍ତି ଉଭୟ ବାପା-ମା । ଆସିନ୍ ରାହୁଲଙ୍କ ପରିବାର ଓ ତାଙ୍କ ଝିଅ ପାଇଁ କେତେ କଣ କରୁଛନ୍ତି ଏନେଇ ୨୦୨୫ରେ ଏକ ସାକ୍ଷାତକାରରେ କହିଥିଲେ ରାହୁଲ । ଝିଅର ଯତ୍ନ ନେବା ସହ ତାକୁ ଭଲ ଚରିତ୍ର ଏବଂ ବ୍ୟବହାର ଶିଖାଇବାରେ ଆସିନଙ୍କର ବଡ ଅବଦାନ ରହିଛି ବୋଲି କହିଛନ୍ତି ରାହୁଲ । ତାଙ୍କ ଘରର ପରିବେଶ କହିବ ଆସିନଙ୍କ ତାଙ୍କ ଜୀବନରେ ଅବଦାନ । ୮ବର୍ଷ ହେବ ଦୁହେଁ ଝିଅ ଆରିନକୁ ଫୋନ୍ ସହ ଯୋଗାଯୋଗ କରିନାହାନ୍ତି । ଘରେ କେବଳ ବହିର ସମ୍ଭାର । ଝିଅର ପଢା ବହି ଛଡା ଅନ୍ୟାନ୍ୟ ବହି ପଢି ଦେଶ ଦୁନିଆ ବିଷୟରେ ଜାଣିବାର ଇଛା ଝିଅ ଭିତରେ ଜାଗ୍ରତ କରିବାକୁ ଚେଷ୍ଟା କରୁଛନ୍ତି ଉଭୟ । ଝିଅକୁ ଭଲ ଶିକ୍ଷା ଦେବା ଏବଂ ସ୍ୱାସ୍ଥ୍ୟ ଦେବାକୁ ଏପରି ନୋ-ସ୍କ୍ରିନ ଟାଇମ୍ ଦେଇଛନ୍ତିା ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଆରିନଙ୍କ ପାଇଁ ୮ମ ଓ ୯ମ ଶ୍ରେଣୀ ପଢା ବହି ମଧ୍ୟ ଉପଲବ୍ଧ ରଖିଛନ୍ତି , ଅଧିକ ଆଉଟ ନଲେଜ ପାଇଁ । ଫଳସ୍ୱରୂପ ଆରିନ୍ ଏବେ ୧୨ ପ୍ରକାର ଭାଷାରେ କଥା କହିପାରୁଛି ଏବଂ ବୁଝିପାରୁଛି । କୋରିଆନ, ଜାପାନିଜ୍ ଏବଂ ଚାଇନିଜ୍ ମଧ୍ୟ କହିବା ସହ ବୁଝିପାରୁଛି ଆରିନ୍ ।

ଆସିନ୍ ୨୦୦୧ରେ ମାଲାୟଲମ ଫିଲ୍ମରୁ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ । ତାପରେ ତେଲୁଗୁ ତାପରେ ବଲିଉଡରେ ଗଜ୍ନି ଫିଲ୍ମରୁ ନେଇଥିଲେ ଏଂଟ୍ରି । ଏହି ଫିଲ୍ମ ବକ୍ସ ଅଫିସରେ ବେଶ ଭଲ ବିଜନେସ୍ କରିଥିଲା । ତାପରେ ଲଣ୍ଡନ ଡ୍ରିମ୍ସ, ରେଡୀ, ହାଉସଫୁଲ୍-୨, ଖିଲାଡି ୭୮୬, ବୋଲ୍ ବଚ୍ଚନ୍, ୨୦୧୫ରେ ଅଭିଶେକ ବଚ୍ଚନଙ୍କ ଅପୋଜିଟରେ ଅଲ୍ ଇଜ୍ ୱେଲ୍ ଫିଲ୍ମ ଥିଲା ତାଙ୍କର ଶେଷ ଫିଲ୍ମ । ୨୦୧୬ରେ ସେ ରାହୁଲ ଶର୍ମାଙ୍କୁ ବିବାହ କରି ଫିଲ୍ମି କ୍ୟାରିଅରରେ ମାରିଥିଲେ ଫୁଲ ଷ୍ଟପ୍ । ଏବେ ଜଣେ ଭଲ ମା , ଭଲ ଗୃହିଣୀ ଆଉ ଭଲ ସ୍ତ୍ରୀ ହୋଇଥିବା ନିଜେ ରାହୁଲ ପ୍ରଶଂସା କରି କହିଛନ୍ତି । ବହି, ଖେଳ, ଚିତ୍ରାଙ୍କନ, ବିଭିନ୍ନ ଆକ୍ଟିଭିଟି ଦ୍ୱାରା ପିଲାର ମସ୍ତିଷ୍କ ଉନ୍ନତ ହୋଇପାରିବ । ତେଣୁ ଏହି ସେଲିବ୍ରିଟି ଦମ୍ପତ୍ତିଙ୍କ ଠାରୁ କିଛି ଶିକ୍ଷା ଗ୍ରହଣ କରି ନିଜ ପିଲାର ସ୍କ୍ରିନ-ଟାଇମ କମ୍ କରନ୍ତୁ ଏବଂ ପିଲାର ବ୍ରେନ୍ ଡେଭଲପମେଂଟରେ ସହାୟକ ହୁଅନ୍ତୁା

