Latest Odisha News

BREAKING NEWS

ଆଉ ୪ ଦିନ ପରେ ସଚିନଙ୍କ ରେକର୍ଡ ଭାଙ୍ଗି ପାରନ୍ତି ବୈଭବ

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶର ମାତ୍ର ୧୫ ବର୍ଷ ବୟସରେ ନିଜ ପ୍ରଦର୍ଶନ ମାଧ୍ୟମରେ ବିଶ୍ୱ କ୍ରିକେଟକୁ ପ୍ରଭାବିତ କରିପାରିଛନ୍ତି । ଘରୋଇ କ୍ରିକେଟ, ଆଇପିଏଲ ଏବଂ ଏବେ ଭାରତ ଏ ପକ୍ଷରୁ ଖେଳି ସେ ନିଜ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି । ଏବେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ନିକଟତର ହୋଇଛନ୍ତି । ୨୬ ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ଟି୨୦ ସିରିଜ ଖେଳିବ । ଟିମ ଇଣ୍ଡିଆରେ ବୈଭବ ସ୍ଥାନ ପାଇଛନ୍ତି । ଯଦି ବେଲଫାଷ୍ଟରେ ଖେଳାଯିବାକୁ ଥିବା ପ୍ରଥମ ଟି୨୦ରେ ସେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ ତେବେ ସଚିନଙ୍କ ରେକର୍ଡ ଭଙ୍ଗ କରିବେ । ଏହା ତାଙ୍କ କ୍ୟାରିୟରରେ ସର୍ବଦା ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ ।

ସଚିନ ୧୯୮୯ରେ ମାତ୍ର ୧୬ ବର୍ଷ ୨୦୫ ଦିନରେ ପାକିସ୍ତାନ ବିପକ୍ଷରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଭାରତୀୟ କ୍ରିକେଟରେ ଏହି ରେକର୍ଡ ଅତୁଟ ରହିଛି । ବିଶ୍ୱ କ୍ରିକେଟରେ ସବୁଠାରୁ କମ ବୟସରେ ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ରେକର୍ଡ ରୋମାନିଆର ମାରିୟନ ଘେରାସିନଙ୍କ ନାମରେ ରହିଛି । ୨୦୨୦ରେ ସେ ବୁଲଗେରିଆ ବିପକ୍ଷରେ ମାତ୍ର ୧୪ ବର୍ଷ ୧୬ ଦିନରେ କ୍ୟାରିୟର ଆରମ୍ଭ କରିଥିଲେ । ଆନ୍ତର୍ଜାତୀୟ ପଦାର୍ପଣରେ ବୈଭବଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ବୈଭବ ଭାରତର ୧୨୦ତମ ଆନ୍ତର୍ଜାତୀୟ ଟି୨୦ ଖେଳାଳି ହେବାର ଗୌରବ ଅର୍ଜନ କରିବେ ।

Leave A Reply

Your email address will not be published.