Latest Odisha News

BREAKING NEWS

ପନ୍ତଙ୍କ ବଡ ନିଷ୍ପତି କମ ଦାମରେ ଗଲେ ଦିଲ୍ଲୀ

ନୂଆଦିଲ୍ଲୀ: ଆଇପିଏଲ ଇତିହାସର ଦାମୀ ଖେଳାଳି ରିଷଭ ପନ୍ତ ଏକ ବଡ ନିଷ୍ପତି ନେଇଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଯିବା ପାଇଁ ଉଦ୍ୟମ କରିଥିଲେ । ଆଇପିଏଲ ୨୦୨୬ ପରେ ସେ ଲକ୍ଷ୍ନୌ ଟିମର ଅଧିନାୟକ ପଦ ଛାଡି ଦେଇଥିଲେ । ପନ୍ତଙ୍କୁ ମେଗା ନିଲାମରେ ଲକ୍ଷ୍ନୌ ୨୭ କୋଟି ଟଙ୍କାରେ ନେଇଥିଲା । ଏବେ ସେ କୂଲଦୀପ ଯାଦବଙ୍କ ସହ ଟ୍ରେଡ ହୋଇଛନ୍ତି । କୂଲଦୀପ ଲକ୍ଷ୍ନୌ ଏବଂ ପନ୍ତ ଦିଲ୍ଲୀ ପକ୍ଷରୁ ଖେଳିବେ । ଏ ବାବଦକୁ ପନ୍ତଙ୍କୁ ୨୭ ବଦଳରେ ୧୫ କୋଟି ଟଙ୍କା ମିଳିବ ।

କୂଲଦୀପ ୧୩.୫୦ କୋଟିରେ ଲକ୍ଷ୍ନୌ ଟିମ ସହ ଯୋଡି ହୋଇଛନ୍ତି । ପନ୍ତ ପ୍ରଥମ ୯ଟି ସିଜନ ଦିଲ୍ଲୀ ପକ୍ଷରୁ ଖେଳିଥିଲେ । ସେ ଦିଲ୍ଲୀ ପକ୍ଷରୁ ୧୧୧ ମ୍ୟାଚ ଖେଳିବା ସହ ୪୩ରେ ଦଳର ନେତୃତ୍ୱ ମଧ୍ୟ ନେଇଛନ୍ତି । ୨୦୨୫ ମେଗା ନିଲାମ ପୂର୍ବରୁ ଜିଏମଆର ଗ୍ରୁପ ସହ ମତଭେଦ ହେବା ପରେ ତାଙ୍କୁ ରିଲିଜ କରି ଦିଆଯାଇଥିଲା । ସେହିପରି କୂଲଦୀପ ୫ଟି ସିଜନ ଖେଳିବା ପରେ ଏବେ ଦିଲ୍ଲୀରୁ ଅଲଗା ହୋଇଛନ୍ତି । ସେ ୬୫ ମ୍ୟାଚରେ ୭୨ ୱିକେଟ ହାସଲ କରିଥିଲେ ।

Leave A Reply

Your email address will not be published.