Latest Odisha News

BREAKING NEWS

ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ଆଧାରକାର୍ଡ ସ୍କାନ କରି ସୁବିଧାରେ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପୁରୀବାସୀଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ମଙ୍ଗଳବାର ଦ୍ୱିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ପୁରୀବାସୀଙ୍କ ପାଇଁ ଏକ ବଡ଼ ସୂଚନା ଦେଇଛନ୍ତି। ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା କହିଛନ୍ତି। ଓକାକ ସହଯୋଗରେ ଏହ ସୁବିଧା ଉବଲବ୍ଧ ହେବ ବୋଲି ଆଇନ ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି।

ଖୁବ୍ ଶୀଘ୍ର ଏ ବ୍ୟବସ୍ଥା ଲାଗୁ ହେବ। ଓକାକ୍ ସାହାଯ୍ୟରେ ୩ମାସ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱତନ୍ତ୍ର ସଫ୍ଟୱେର ପ୍ରସ୍ତୁତ କରୁଛି ଓକାକ୍। ଆଧାର କାର୍ଡ ସ୍କାନ କରି ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଏହାସହିତ ବୈଠକରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ସହ ସ୍ୱାସ୍ଥ୍ୟ ଓ ପରିବହନ ସବୁ ବିଭାଗର ମାଷ୍ଟର ପ୍ଲାନର ହୋଇଛି ସମୀକ୍ଷା। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ।

ପୁରୀ ସହର ପାଇଁ ୨ଟି ପୋଷ୍ଟାଲ ପିନ୍‌ କୋଡ୍‌ ରହିଛି। ଏହି ଦୁଇ ପିନ୍‌ କୋଡ୍‌କୁ ନେଇ ଓକାକକୁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ କୁହାଯାଇଛି। ଫଳରେ ପୁରୀବାସୀ ସେମାନଙ୍କ ଆଧାର କାର୍ଡ ଦେଖାଇ ଯିବା ସୁଗମ ହେବ। ଯଦି ସେମାନେ ସାଥିରେ ବନ୍ଧୁବାନ୍ଧବଙ୍କୁ ନେବାକୁ ଚାହିଁବେ ସମ୍ଭବ ହେବନାହିଁ। ମହାପ୍ରଭୁଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ପୃଥ୍ବୀରାଜ କହିଛନ୍ତି।

Leave A Reply

Your email address will not be published.