ଭୁବନେଶ୍ବର:ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାରେ SCERT କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ତଦନ୍ତ କମିଟିର ତନାଘନା । ଦୋଷୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ ।
ସୂଚନା ଅନୁଯାୟୀ, ବୁଧବାର ସକାଳୁ SCERT ଅଫିସରେ ପହଁଛିନ୍ତି ତଦନ୍ତ କମିଟି ସଦସ୍ୟ । ଓଡ଼ିଆଭାଷା ସାହିତ୍ୟ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ଗଣଶିକ୍ଷା ସଚିବ ଏନ୍ ତିରୁମଲା ନାୟକଙ୍କ ସହ ଯୋଜନା ଏବଂ ସଂଯୋଜନା ବିଭାଗ ଅଧିକରୀ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । କେଉଁ ପରିସ୍ଥିତିରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କ ବହିରେ ଏତେ ମାତ୍ରାରେ ତ୍ରୁଟି ରହିଲା, ତାହାର କାରଣ ଖୋଜୁଛି ଖୋଜୁଛନ୍ତି ଟିମ୍।
ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ଗଠିତ ତିନି ଜଣିଆ ତଦନ୍ତ କମିଟି ଆଜି ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ ।
