ବରଗଡ଼:ଆସନ୍ତା ଅଗଷ୍ଟ ୧୯ରୁ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ । କାରଖାନା କର୍ତ୍ତୃପକ୍ଷ ଏ ନେଇ ଗତ ୧୯ ତାରିଖ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟକୁ ଅବଗତ କରିଛନ୍ତି । ଏହା ଜାଣିବା ପରେ ଅଞ୍ଚଳରେ ଅସନ୍ତୋଷ ବଢିଛି ।
ଏନେଇ ଆଜି ବରଗଡ଼ ନାଗରିକ ମଞ୍ଚ ଆହ୍ୱାନରେ ବିକ୍ଷୋଭ ଶୋଭାଯାତ୍ରା ହୋଇଛି । ଶୋଭାଯାତ୍ରାରେ ବିଭିନ୍ନ ସଂଗଠନ ସାମିଲ ହୋଇଥିଲେ । ଏଥିସହ ସିମେଣ୍ଟ କାରଖାନାକୁ ବନ୍ଦ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ ।
ଏପଟେ ସୁରକ୍ଷାକୁ ନଜରରେ ରଖି ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
