Latest Odisha News

BREAKING NEWS

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ

ଭୁବନେଶ୍ଵର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବାଲି ମାଫିଆ ଓ ପ୍ରଶାସନ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟ, ଆଜି ରାଜନଗର ଅତିରିକ୍ତ ତହସିଲଦାର ଆଶିଷ କୁମାର ଜେନା ରୁଟିନ ଏନଫୋର୍ସମେଣ୍ଟ ସମୟରେ ଏକ ବାଲି ବୋଝଇ ହାଇୱାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାହା ଅଟକି ନଥିଲା। ଏପରିକି ପୋଲିସ ଉପସ୍ଥିତିରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି ବାଲି ମାଫିଆ ।

ଏହାକୁ ନେଇ ଅତିରିକ୍ତ ତହସିଲଦାର ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ସମ୍ପୃକ୍ତ ବାଲି ମାଫିଆକୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟ ବାଲି ବୋଝଇ ହାଇୱାଟି ଫେରାର ହୋଇଯାଇଥିବା କୁହାଯାଉଛି।

Leave A Reply

Your email address will not be published.