କଟକ: ନିଆଳି ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ବିରୋଧରେ ପୋଲିସର ଚଢ଼ାଉ । ଚଢ଼ାଉ ସମୟରେ ପୋଲିସ ୭ଟି ହାଇୱା ଟ୍ରକ୍ ଜବତ କରିଛି । ଏହା ସହ ୭ ଜଣ ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଉଛି । ରାତି ଅଧରେ ଚାଲିଥିବା ବାଲି ଉତ୍ତୋଳନ ରୋକିବା ପାଇଁ ନିଆଳି ପୋଲିସ ଏହି ଅଭିଯାନ ଚଳାଇଛି ।
ସୂଚନାଥାଉକି, ଜେସିବି ସାହାଯ୍ୟରେ ବେଆଇନ ଭାବେ ନଦୀରୁ ବାଲି ଉତ୍ତୋଳନ କରାଯାଉଥିଲା ଏବଂ ଶହଶହ ଟ୍ରିପ୍ରେ ହାଇୱା ଗାଡ଼ି ଦ୍ୱାରା ବାଲି ପରିବହନ ହେଉଥିଲା । ଅନେକ ଦିନ ଧରି ବେଆଇନ ବାଲି ଉତ୍ତୋଳନ ନେଇ ଅଭିଯୋଗ ଆସୁଥିଲା । ତେବେ ଏହି ଚଢ଼ାଉ ପରେ ଏଥିରେ ଜଡିତ ଅନ୍ୟମାନଙ୍କୁ ପୋଲିସ ଖୋଜିବା ଆରମ୍ଭ କରିଛି ।
