ସମ୍ବଲପୁର: ଭୀମସାରର ଦୁଇ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଏଷ୍ଟାବ୍ଲିସମେଣ୍ଟ ଅଫିସର ଓ ଷ୍ଟିୱାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାଧିକ ସ୍ଥାନରେ ଚାଲିଛି ରେଡ୍। ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ବାଳଙ୍କ ଘର ସମେତ ୪ ସ୍ଥାନରେ ରେଡ୍ ଚାଲିଛି। ସେହିପରି ଷ୍ଟିୱାର୍ଡ ଅଶ୍ବିନୀ ମେହେରଙ୍କ ବାସଭବନ ସମେତ ୫ ସ୍ଥାନରେ ରେଡ୍ ଚାଲିଛି।
ସୂଚନା ଅନୁସାରେ, ଧନୁର୍ଦ୍ଧର ବିଶ୍ୱାଳଙ୍କ ସହ ଜଡିତ ମୋଟ ୪ଟି ଠିକଣାରେ ଏକାସାଥି ଚଢ଼ାଉ କରାଯାଇଛି । ସେହିପରି ଅଶ୍ୱିନୀ ମେହେରଙ୍କ ୫ଟି ଠିକଣାରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି । ଆୟ ଠାରୁ ଅଧିକ ସମ୍ପତ୍ତି ରଖିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଭିଜିଲାନ୍ସ ଟିମ୍ ସମ୍ପତ୍ତି, ଡକ୍ୟୁମେଣ୍ଟ ଏବଂ ଆର୍ଥିକ ଲେନଦେନ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରୁଛି । ଏହି ଚଢ଼ାଉ ଯୋଗୁଁ ଭିମସାର ପରିସରରେ ଚାପା ଉତ୍ସୁକତା ସୃଷ୍ଟି ହୋଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ତଥ୍ୟ ଆସିବା ପରେ ସମ୍ପୂର୍ଣ୍ଣ ଘଟଣାର ସ୍ପଷ୍ଟ ଚିତ୍ର ମିଳିବ ।
