ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିଆରେ ସୋମବାର ବିଳମ୍ବିତ ରାତିରେ ଯାତ୍ରା ପ୍ରଦର୍ଶନ ସମୟରେ ଏକ ବାଣ ବିସ୍ଫୋରଣ ଘଟିବାରୁ ଅଗ୍ନିକାଣ୍ଡ ହୋଇଥିଲା।
ସୂଚନା ଅନୁଯାୟୀ, ରାମାୟଣ ନାଟକ ଚାଲିଥିବା ସମୟରେ ରାତି ପ୍ରାୟ ୨.୩୦ ସମୟରେ ଏହି ଘଟଣା ଘଟିଥିଲା। ଅଚାନକ କୌଣସି କାରଣ ବଶତଃ ହଜାର ହଜାର ଟଙ୍କାର ବାଣ ହଠାତ୍ ଫୁଟି ଯାଇଥିଲା। ଫଳରେ ଯାତ୍ରା ମଞ୍ଚ ସିଡ଼ି ଏବଂ କିଛି ଉପକରଣ ପୋଡ଼ି ଯାଇଥିଲା।
ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅପରପକ୍ଷରେ କୌଣସି ମୃତାହତର ଖବର ନାହିଁ।
