Latest Odisha News

BREAKING NEWS

ଚାଷୀଙ୍କୁ ଆଶ୍ୱସ୍ତୀ, ବଢିଲା ରବି ଧାନ ସଂଗ୍ରହ ଅବଧି

ଭୁବନେଶ୍ୱର: ରବି ଧାନ ସଂଗ୍ରହ ଅବଧି ଜୁଲାଇ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି ସରକାର। ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ୨୦ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସରକାର। ଏଯାଏ ୧୮.୭୯ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଛି। ୫ ଜିଲ୍ଲାରେ ଧାନ ପଡ଼ି ରହିଥିବାରୁ ସରକାର ଧାନ ସଂଗ୍ରହ ଅବଧି ବୃଦ୍ଧି କରିଥିବା ମନ୍ତ୍ରୀ କହିଛନ୍ତି।

ରବି ଧାନ ସଂଗ୍ରହ ପ୍ରକ୍ରିୟା ଆଜି କଣ୍ଟ ପୂରୁଥିଲା। ଜୁନ୍ ୩୦ ଯାଏଁ ଧାନ କିଣା ନେଇ ପୂର୍ବରୁ ନିଷ୍ପତ୍ତି ନେଇଥିଲା ବିଭାଗ। ଚାଷୀଙ୍କ ବହୁ ଦାବି ପରେ ଆଜି ଅବଧି ବଢ଼ାଇଛନ୍ତି ସରକାର। ୨୦ ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ କିଣିବାକୁ ଲକ୍ଷ୍ୟ ରଖିଥିଲେ ସରକାର।

୫ଟି ଜିଲ୍ଲାରେ ଆହୁରି କିଛି ଚାଷୀ ଧାନ ବିକ୍ରି କରିପାରିନଥିବାରୁ ଅବଧି ବୃଦ୍ଧି କରିଛନ୍ତି ସରକାର । ନୂଆପଡ଼ା, ବାଲେଶ୍ବର ସମେତ ୫ ଜିଲ୍ଲାରେ ଧାନ ପଡ଼ି ରହିଛି । ଚଳିତ ରବି ଋତୁରେ ୩ ଲକ୍ଷ ୩୬ ହଜାର ୫୨ କୃଷକଙ୍କ ଠାରୁ ୧୮ ଲକ୍ଷ ୭୯ ହଜାର ୯୧୯ ମେଟ୍ରିକ ଟନ୍‌ ଧାନ କିଣାହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ଦିନ ମଧ୍ୟରେ ସବୁ ଧାନ ଉଠିଯିବ । ଲକ୍ଷ୍ୟ ଧାର୍ଯ୍ୟ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

Leave A Reply

Your email address will not be published.